ସମାଜସେବୀ ମନୋଜ ରଥଙ୍କ ପିତୃ ବିୟୋଗ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ):ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ପି ରାମଚନ୍ଦ୍ରପୁର ପଞ୍ଚାୟତ ଧର୍ମରାୟପୁର ସ୍ଥିତ ଶୁଭକାମନା ଚାରିଟେବଲ୍ ଟ୍ରଷ୍ଟ ଅଧ୍ୟକ୍ଷ ତଥା ସମାଜସେବୀ ମନୋଜ ରଥଙ୍କ ପିତୃ ବିୟୋଗ ଘଟିଛି । ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ମନୋଜଙ୍କ ପିତା ଗୌରଚନ୍ଦ୍ର ରଥଙ୍କ ବିଶାଖାପାଟଣା ସ୍ଥିତ ଏକ ବେସରକାରୀ ଚିକିତ୍ସାଳୟରେ ମଙ୍ଗଳବାର ପ୍ରାତଃ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ସ୍ୱର୍ଗତଃ ରଥଙ୍କୁ ୯୨ ବର୍ଷ ହୋଇଥିଲା । ତାଙ୍କ ପରଲୋକରେ ସାନଖେମୁଣ୍ଡି ଅଞ୍ଚଳରେ ଶୋକର ଛାୟା ଖେଳିଥିବା ବେଳେ ବିଶାଖାପାଟଣାରୁ ମରଶରୀର ନିଜଗ୍ରାମ ଧର୍ମରାୟପୁରରେ ପହଞ୍ଚିଲା ବେଳେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ସ୍ୱର୍ଗତଃ ଗୌରଚନ୍ଦ୍ରଙ୍କ ଶେଷ ଦର୍ଶନ ପାଇଁ ଅଞ୍ଚଳ ବୁଦ୍ଧିଜୀବୀ ବର୍ଗଙ୍କ ଧାର୍ମରାୟପୁରରେ ଭିଡ଼ ଜମିଥିବା ଦେଖାଯାଇଥିଲା । ମରଶଯ୍ୟା ନିକଟରେ ଚାରି ପୁଅ ଜୟକୃଷ୍ଣ , ମନୋଜ , ନିରଞ୍ଜନ ଏବଂ ସୁରେଶ ରଥଙ୍କ ସହ ପୁତ୍ରବଧୂ ଝିଅ ଜ୍ବାଇଁ ନାତି ନାତୁଣୀ ଓ ବନ୍ଧୁବର୍ଗ ସ୍ୱଜନଙ୍କ ସମାଗମ ହୋଇଥିଲା । ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ ଅଶୋକ ବେହେରା , ସରପଂଚ ଧୋବା ସ୍ୱାଇଁ , ବାବୁ ପ୍ରଧାନ ରାକେଶ ପାତ୍ର ପ୍ରମୁଖଙ୍କ ସହ ଶୁଭକାମନା ଚାରିଟେବଲ୍ ଟ୍ରଷ୍ଟ ପରିବାର , ମିଲେନିୟମ ପରିବାର ସମୂହ ଧର୍ମରାୟପୁରରେ ପହଞ୍ଚି ଅମର ଆତ୍ମାର ସଦଗତି କାମନା ସହ ଶୋକାଭିଭୂତ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ