ସମାଜସେବୀ ମହେନ୍ଦ୍ର ବାରିକଙ୍କ ପରଲୋକ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଆଡ଼ିଆ ପଞ୍ଚାୟତ ପଦୀ ପାଟଣା ଗ୍ରାମର ସମାଜସେବୀ ତଥା ଓଡ଼ିଶା ବ୍ରିଜ୍ କନଷ୍ଟ୍ରକ୍‌ସନ କମ୍ପାନୀରେ କାର୍ଯ୍ୟରତ ପୂର୍ବତନ ଅବସରପ୍ରାପ୍ତ କର୍ମଚାରୀ ମହେନ୍ଦ୍ର ବାରିକ(୬୬)ଙ୍କ ହୃଦ୍‌ଘାତରେ ପରଲୋକ ଘଟିଛି । ମଙ୍ଗଳବାର ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ନିଆଯାଉଥିବା ବେଳେ ସେ ମୃତ୍ୟୁବରଣ କରିଥିଲେ । ଖବର ପାଇ ଆଡ଼ିଆ ସରପଞ୍ଚ ମିନାକୁମାରୀ ଜେନା, ପୂର୍ବତନ ସରପଞ୍ଚ ବିଜୟ ଜେନା, ଶିକ୍ଷାବିତ୍ତ ରବିନାରାୟଣ ପାତ୍ର, ସମାଜସେବୀ ଅକ୍ଷୟ ସାମଲ, ବରିଷ୍ଠ ନାଗରିକ ଉପେନ୍ଦ୍ର ପାତ୍ର, ୱାର୍ଡ଼ସଭ୍ୟ ଗୌରାଙ୍ଗ ଜେନା, ନାରାୟଣ ଜେନା, ଶ୍ରୀନିବାସ ଜେନା ତାଙ୍କ ବାସଭବନରେ ପହଞ୍ôଚ ଶେଷ ଦର୍ଶନ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ଦାହ କରାଯାଇଥିଲା । କନିଷ୍ଠ ପୁତ୍ର ଅମର ମୁଖାଗ୍ନୀ ଦେଇଥିଲେ । ଚାକିରୀରୁ ଅବସର ନେବା ପରେ ସେ ବିଭିନ୍ନ ସାମାଜିକ ଅନୁଷ୍ଠାନଙ୍କ ସହିତ ଜଡ଼ିତ ଥିଲେ । ସେ ଜଣେ ମେଳାପୀ ଓ ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ