ସମାଜସେବୀ ରମେଶ ସାମଲଙ୍କ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡା : ବାରୋ ପଂଚାୟତର ପିଙ୍ଗଳ ଗ୍ରାମର ଜଣାଶୁଣା ରେଡିଓ ଏବଂ ଦୁରଦର୍ଶନର ମେକାନିକ ତଥା ସମାଜସେବୀ ରମେଶ ଚନ୍ଦ୍ର ସାମଲଙ୍କ ଏକାଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସାରସ୍ୱତ ଅନୁଷ୍ଠାନ ରାଜଶ୍ରୀ ଓ ସତୀର୍ଥର ମିଳିତ ଆନୁକୁଲ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ରାଜଶ୍ରୀର ସମ୍ପାଦକ ତଥା ଆଶୁକବି ହେମନ୍ତ ଜେନାଙ୍କ ସଭାପତିତ୍ୱ କରିଥିଲେ । ପ୍ରଥମେ ସୂର୍ଗତ ସାମଲଙ୍କ ଫଟୋଚିତ୍ରରେ ସାମୁହିକ ପୁଷ୍ପାର୍ଘ୍ୟ ଅର୍ପଣ ପରେ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ୨ମିନିଟ ନୀରବ ପ୍ରାର୍ଥନା ଓ ଗୀତା ପାଠ କରାଯାଇଥିଲା । ସୁନାମଧନ୍ୟ ଦାରାବାଦକ ଗୋଲଖ ଚନ୍ଦ୍ର ସେଠୀ ଶରୀର ତତ୍ତ୍ୱ୍ୱ ମୂଳକ ଭଜନ ପରିବେଷଣ କରିଥିବା ବେଳେ ସତୀର୍ଥର ସଭାପତି ଅମର ପ୍ରସାଦ ରାଉତ, ସମ୍ପାଦକ ମନ୍ମଥନାଥ ବରାଳ, ଶୁଭାଂଶୁ କୁମାର ଦାସ, ବିମଳ ପ୍ରସାଦ ପରିଡା, ଆଇନଜୀବି ପ୍ରଦୀପ କୁମାର ଦାଶ, ରାମକୃଷ୍ଣ ଦାଶ, ରତ୍ନାକର ମଲ୍ଲିକ, ଭାଗବତ ଷଡଙ୍ଗୀ, ରାଜୁ ସାମଲ, ସୁନାକର ରାଉତ, ବସନ୍ତ କୁମାର ମଲ୍ଲିକ, ତ୍ରିଲୋଚନ ଜେନା, ହରିପଦ ବେହେରା, ଭରତ ଚନ୍ଦ୍ର ଦାସ, ଅଶୋକ କୁମାର ବରାଳ, ପ୍ରମୋଦ ରାଉତ, ମଳୟ କୁମାର ସାହୁ ପ୍ରମୁଖ ସୂର୍ଗତ ସାମଲଙ୍କ ଜୀବନାୟନ ଉପରେ ଆଲୋକପାତ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଦିବଂଗତ ସାମଲଙ୍କ ପୁତ୍ର କୃପାସିନ୍ଧୁ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ