ସମାଜସେବୀ ଶରତ ବିଶ୍ୱାଳଙ୍କ ପ୍ରଥମ ବାର୍ଷିକ ସ୍ମୃତିସଭା
ହାଟଡିହିି, (ବିକାଶ ବିଶ୍ୱାଳ):ସମାଜସେବୀ ଶରତ ବିଶ୍ୱାଳଙ୍କ ସ୍ମୃତିସଭା ଶାଳଣିଆଁ ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ତାଙ୍କର ସ୍ମୃତି ଚାରଣ କରିଥିଲେ । ପୁର୍ବତନ ସମିତିସଭ୍ୟ ବିରେନ୍ଦ୍ର କୁମାର ବିଶ୍ୱାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ ସଭାରେ ଜିଳ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଜିଲ୍ଲାପରିଷଦ ସଦସ୍ୟା କୌଶଲ୍ୟା ସେଠୀ, ବ୍ଳକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନା, ଯୁବନେତା ଭୁବନ ଭବେଶ ସେଠୀ, ସୁଧାଶୁଂ ଦକ୍ଷିଣରାୟ, ବ୍ରଜ କିୋାର ଜେନା, ରଙ୍ଗାଧର ମଲ୍ଲିକ, ଧୁଶାସନ ବେହେରା, ଟିକିଲି ଦାସ, ନାରାୟଣ ନାୟକ, ନିର୍ମଳ ସେଠୀ, ଶିଶିର ବେହେରା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଶରତ ବିଶ୍ୱାଳଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କର ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ବିଶ୍ୱତାରିଣୀ କଳାକାର ପରିଷଦର ଦିବାକର ବାରିକ, ଉପେନ୍ଦ୍ର ନାଥ ମିଶ୍ର, ବିଦ୍ୟାଧର କବି, ପଦ୍ମନାଭ ନାୟକଙ୍କ ସମେତ ବହୁ ସଦସ୍ୟ ଯୋଗଦେଇ ସ୍ୱର୍ଗତ ଶରତ ବିଶ୍ୱାଳଙ୍କ ଜୀବନାର୍ଦଶ ଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ରବିନ୍ଦ୍ର ବିଶ୍ୱାଳ, ସୁରେନ୍ଦ୍ର ବିଶ୍ୱାଳ, ଅହଲ୍ୟା ବିଶ୍ୱାଳ, ବିଦୁଲତା ବିଶ୍ୱାଳ, ପଦ୍ମିନୀ ବିଶ୍ୱାଳ, ସୁଶ୍ରୀ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


