ସମାଜସେବୀ ସଞ୍ଜୀବ ଚୈାଧୁରୀଙ୍କ ବିୟୋଗରେ ସ୍ମୃତିସଭା

କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ୍) : କେନ୍ଦ୍ରାପଡା ରୋଟାରୀ କ୍ଲବର ପୂର୍ବତନ ସଭାପତି ତଥା ଆଇନଜିବୀ , ସମାଜସେବୀ, ସଞ୍ଜୀବ ଚୈାଧୁରୀଙ୍କ ବିୟୋଗରେ ଗୁରୁବାର ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବରିଷ୍ଠ ଆଇନଜିବୀ ପ୍ରଦୀପ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିସଭାରେ ପବ୍ଲିକ ପ୍ରସିକ୍ୟୁଟର ଭୀମସେନ ଭୂୟାଁ,ବରିଷ୍ଠ ଆଇନଜିବୀ ଉମେଶ ଚନ୍ଦ୍ର ସିଂ,ଅଧ୍ୟାପକ ଅଜୟ ସାମଲ,ଶିକ୍ଷାବିତ ଶୁଭାଂଶୁ କୁମାର ଦାସ,ସରକାରୀ ଓକିଲ ସଞ୍ଜୟ କୁମାର ଜେନା,ଆଇନଜିବୀ ରମଣୀରଞ୍ଜନ ରାଉତରାୟ ପ୍ରମୁଖ ଯୋଗଦେଇ ସୂର୍ଗତ ଚୈାଧୁରୀଙ୍କ ଆମାୟିକ ବ୍ୟବହାର,ସମାଜସେବା ଓ ବିଷୟରେ ଆଲୋଚନା କରିବା ସହିତ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିପ୍ଳବୀ କବି ଆନନ୍ଦ ଚନ୍ଦ୍ର ଜୋନା ସ୍ମୃତି କମିଟି ସଭାପତି କରୁଣାକର ଦାସ, ଆଇନଜିବୀ ଗୋକୁଳିରଞ୍ଜନ ଦାସ, ମନୋଜ ସାହୁ, ଆଶିଷ ସେନାପତି, ମହମ୍ମଦ ନଇମ, ମାନସ ଧଳ, ନିରଞ୍ଜନ ବଳ, ତମସା ପାତ୍ର, ଅରୁଣ ପ୍ରସାଦ ଦାସ, ଶେଷଦେବ ଦାସ, ଧିରେନ୍ଦ୍ର କୁମାର ଦାସ, ଶିକ୍ଷାବିତ ହେମନ୍ତ କୁମାର ଜେନା,ମହମ୍ମଦ ଜାହିଦ ଖାନ ପ୍ରମୁଖ ଯୋଗଦେଇ ସୂର୍ଗତ ଚୈାଧୁରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ