ସମାଜସେବୀ ସନ୍ତୋଷଙ୍କ ଦ୍ୱାରା ୩୦ଦିନଧରି ମାସ୍କ,ସାନିଟାଇଜର ବଂଟନ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ):କରୋନା ଭୂତାଣୁ ସଂକ୍ରମଣ ସାରା ବିଶ୍ୱକୁ କବଳିତ କରିଥିବା ବେଳେ ଆମ ଦେଶ ଓ ରାଜ୍ୟ ସେଥିରୁ ବାଦ ପଡିନି । କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମାର୍ଚ୍ଚମାସ ୨୨ତାରିଖରୁ ଲକଡାଉନ ଘୋଷଣା କରିଛନ୍ତି । ଏଭଳି ପରିସ୍ଥିତିରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ପଂଚାୟତର କହ୍ନେଇପୁର ଗ୍ରାମର ସନ୍ତୋଷ କୁମାର ବେହେରା ଦୀର୍ଘ ୩୦ଦିନ ହେବ ପ୍ରତ୍ୟେହ ଜିଲ୍ଲାର ବିଭିନ୍ନ ଅଚଂଳରେ ବୁଲି ସାଧାରଣ ଜନତାଙ୍କୁ କରୋନା ସମ୍ପର୍କରେ ସଚେତନତା କରିବାରେ ଲାଗିଛନ୍ତି । ଏଥିସହିତ କରୋନାରୁ ସୁରକ୍ଷା ନିମନ୍ତେ ଲୋକମାନଙ୍କୁ ମୁହଁରେ ବାନ୍ଧିବାକୁ ମାସ୍କ ଓ ହାତ ସଫାକରିବାକୁ ସାନିଟାଇଜର ବଂଟନ କରୁଥିବାର ଦେଖିବାକୁ ମିଳିଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା, ପୁରୁଷୋତ୍ତମପୁର, କଂସାର, ଓସ୍ତପୁର, ବଗଡା, କଳପଡା, ଶ୍ୟାମସୁନ୍ଦରପୁର, ଚକ୍ରୋଡା, ଭାଗବତପୁର ସମେତ ଗାଙ୍ଗପଡା, ଚନ୍ଦନପୁର, କେଶପୁର ପଂଚାୟତରେ ମାଗଣା ମାସ୍କ ଓ ସାନିଟାଇଜର ବଂଟନ ସହିତ ପଟ୍ଟାମୁଣ୍ଡାଇ, ମହାକାଳପଡା, ଗରଦପୁର, ମାର୍ଶାଘାଇ, ଆଳି ପ୍ରଭୃତି ବ୍ଲକର ବିଭିନ୍ନ ପଂଚାୟତରେ ମଧ୍ୟ ମାଗଣା ମାସ୍କ ଓ ସାନିଟାଇଜର ବଂଟନ କରୁଛନ୍ତି । ଗୋରୁ ଗାଇଙ୍କ ନିମନ୍ତେ ନିଳିକଣାର ଶ୍ରୀବଳଦେବଜୀଉ ଗୋରକ୍ଷଣୀ ଓ ବଜରଙ୍ଗୀ ଗୋରକ୍ଷଣୀରେ ଗୋଖାଦ୍ୟ ଛଣ ଦାନ କରିଥିବା ଜଣାପଡିଛି । ଏସବୁ ବ୍ୟତିତ କେନ୍ଦ୍ରାପଡା ଟାଉନ, ସଦର, ଗରଦପୁର, ମାର୍ଶାଘାଇ, ପଟ୍ଟାମୁଣ୍ଡାଇ ଥାନା ଓ ପୋଲିସ ପେଟ୍ରୋଲିଂ ଗାଡିରେ ଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମଧ୍ୟ ମାଗଣା ମାସ୍କ ଓ ସାନିଟାଇଜର ବୀତରଣ କରିଥିବାସୂଚନା ଦେଇଛନ୍ତି । ଆରକ୍ଷୀ ଅଧିକ୍ଷକ ନୀତି ଶେଖର,କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡାଙ୍କୁ ବଂଟନ ନିମନ୍ତେ ମାସ୍କ ଓ ସାନିଟାଇଜର ବୀତରଣ କରିଛନ୍ତି । ଆଜି ସୁଦ୍ଧା ସମାଜସେବୀ ଶ୍ରୀ ବେହେରା ପ୍ରାୟ ୩୦ହଜାର ମାସ୍କ ଓ ୩୨ଶହ ସାନିଟାଇଜର ବୀତରଣ କରିଥିବା କହିଛନ୍ତି । ସେବା କ୍ଷେତ୍ରରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ଶ୍ରୀ ବେହେରା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ