ସମାଜସେବୀ ହରିହର ନାୟକଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ): ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଧୁମୁଛାଇ ପଞ୍ଚାୟତର ପାଟୁଳିସାହି ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ବିଶିଷ୍ଟସମାଜସେବୀ ତଥା କୃଷକ ନେତା ହରିହର ସ୍ଵର୍ଗତ ନାୟକଙ୍କ ଦ୍ୱିତୀୟ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି I ଅବସର ପ୍ରାପ୍ତ ଶିକ୍ଷା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ କୃତିବାସ ବିଶ୍ୱାଳଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସ୍ମୃତି ସଭାରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ସ୍ଵର୍ଗତ ନାୟକଙ୍କ ଅବଦାନ ଅଞ୍ଚଳ ପାଇଁ ଅତୁଳନୀୟ ବୋଲି ପ୍ରକାଶ କରିଥିଲେ I ଏହି ଅବସରରେ ପାଟୁଳି ସାହି ଗ୍ରାମର ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ତ୍ରିନାଥ ନାୟକଙ୍କୁ ଉପଢ଼ୌକନ ଓ ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I ଅନ୍ୟତମ ଅତିଥି ରୂପେ ବିପ୍ରଚରଣ ରାଊତ, ଜିଲ୍ଲା ପରିଷଦ ସଭ୍ୟ ଅମିତ ନାୟକ,ସୋରଡ଼ା ବିଜେଡ଼ି ସମ୍ପାଦକ ସୁବାଷ ପଣ୍ଡା, ସମାଜସେବୀ ପ୍ରମୋଦ ବେବର୍ତ୍ତା ପଟ୍ଟନାୟକ, ପ୍ରେସ୍ କ୍ଲବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ପୂର୍ବତନ ଜିଲ୍ଳା ପରିଷଦ ସଭ୍ୟ କୁଞ୍ଜବିହାରୀ ନାୟକ, ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡ଼, ତ୍ରୀନାଥ ଗୋଛାୟତ, ବ୍ଳକ୍ ବିଜେଡ଼ି ସମ୍ପାଦକ ଏସ୍.ରାମେଶ୍ୱର ପାତ୍ର, ସମିତି ସଭ୍ୟ ପ୍ରତିନିଧି ରଙ୍କନିଧି ପରିଛା, ଯୁବ ସମାଜସେବୀ ଆଯୋଧ୍ୟା ନାୟକ,ପୂର୍ବତନ ସରପଞ୍ଚ ବିଦ୍ୟାଧର ବିଷୋୟୀ ଏବଂ ପୂର୍ବତନ ସମିତି ସଭ୍ୟ ରାଜ କିଶୋର ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ସ୍ଵର୍ଗତ ହରିହରଙ୍କ ସ୍ମୃତି ଉଚ୍ଚାରଣ କରିଥିଲେ I ଯୁବ ସମାଜସେବୀ ବିଭୁପାଦ ଜେନା ସ୍ୱାଗତ ଭାଷଣ ଦେଇଥିବା ବେଳେ ପୂର୍ବତନ ବ୍ଳକ୍ ଅଧ୍ୟକ୍ଷ ତଥା ସାଂସଦ ପ୍ରତିନିଧି ପ୍ରଶାନ୍ତ କୁମାର ନାୟକ ଧନ୍ୟବାଦ ଦେଇଥିଲେ I ଏହି ଅବସରରେ ସ୍ଵର୍ଗତ ହରିହରଙ୍କ ଚାରି ପୁଅ ସୁକାନ୍ତ,ପ୍ରଶାନ୍ତ,ବସନ୍ତ ଓ ସୁଶାନ୍ତ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ