ସମାଜସେଵୀଙ୍କ ମାଆ ବିୟୋଗ ଅଞ୍ଚଳରେ ଶୋକ 

କରଞ୍ଜିଆ,(ଜିତେନ୍ଦ୍ର ରାଜ): କରଞ୍ଜିଆ ର ବିଶିଷ୍ଟ ସମାଜସେବୀ ତଥା ସଂଗଠକ ଙ୍କ ମାଆ ରତନୀ ବାଇ ଅଗ୍ରୱାଲ ଙ୍କ ବିୟୋଗ ହୋଇଛି ସେ କିଛିଦିନ ହେବ ଜାମସେଦପୁର ଠାରେ ଏକ ଘରୋଇ ଚିକିତ୍ସାଳୟ ଠାରେ ଚିକିତ୍ସିତ ହେଉଥିବା ବେଳେ ଗତକାଲି ତାଙ୍କ ବିୟୋଗ ହୋଇଛି ତାଙ୍କ ମୃତ୍ୟ ର ଖବର ପ୍ରକାଶ ପାଇବା ପରେ ଅଞ୍ଚଳ ରେ ଶୋକ ପ୍ରକାଶ ପାଇଥିଲା ସେ କରଞ୍ଜିଆର ବିଶିଷ୍ଟ ସମାଜସେବୀ ଓ ବ୍ୟବସାୟୀ ସ୍ବର୍ଗତ କ୍ଷେମଚାନ୍ଦ ଅଗ୍ରୱାଲ ଙ୍କ ଧର୍ମପତ୍ନୀ ଅଟନ୍ତି କରଞ୍ଜିଆରେ ସେ ଜଣେ ପରୋପକାରୀ ଧର୍ମପରାୟଣ ମହିଳା ଥିଲେ କରଞ୍ଜିଆ ଠାରେ ଶକ୍ତି ମନ୍ଦିର ଓ ରାମବାଟିକା ନିର୍ମାଣ ସମୟରେ ସେ ତାଙ୍କ ପତି ସ୍ବର୍ଗତ କ୍ଷେମଚାନ୍ଦ ଅଗ୍ରୱାଲ ଙ୍କ ସହିତ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ଓ ଅନ୍ୟ ସମସ୍ତ ଧାର୍ମିକ କାର୍ଯ୍ୟ ରେ ସକ୍ରିୟ ଅଂଶ ଗ୍ରହଣ କରୁଥିଲେ ସ୍ବର୍ଗତ ରତନୀ ବାଇ ଅଗ୍ରୱାଲ ଙ୍କ ତିନିପୁଅ ଓ ତିନିଝିଅ ଜ୍ୱାଇଁ, ନାତି, ନାତୁଣୀ ପ୍ରମୁଖ ତାଙ୍କ ଶେଷ ସମୟରେ ଉପସ୍ଥିତ ରହିଥିଲେ ଆଜି ତାଙ୍କ ବାସଭବନରେ ମୃତ ଶରୀର ପହଞ୍ଚିବା ପରେ କରଞ୍ଜିଆ ର ବହୁ ବିଶିଷ୍ଟ ବ୍ୟକ୍ତି ଓ ଜନସାଧାରଣ ତାଙ୍କ ଶେଷ ଦର୍ଶନ କରିଥିଲେ ସ୍ବର୍ଗତ ରତନୀ ବାଇ ଙ୍କ ପୁଅ କରଞ୍ଜିଆ ର ବିଶିଷ୍ଟ ସମାଜସେବୀ ଓ ସଂଗଠକ ବିଷ୍ଣୁ କୁମାର ଅଗ୍ରୱାଲ, ବ୍ୟବସାୟୀ ବିମଲ ଅଗ୍ରୱାଲ ଙ୍କ ସହିତ ଅନ୍ୟ ବନ୍ଧୁ ପରିଜନ ସ୍ଥାନୀୟଲୋକ ଙ୍କ ଉପସ୍ଥିତିରେ ଆଜି ତାଙ୍କ ଅନ୍ତିମ ସଂସ୍କାର କରଞ୍ଜିଆ ଦେଓ ନଦୀ କୂଳରେ ସମ୍ପନ୍ନ ହୋଇଛି ବଡ଼ପୁଅ ବିଜୟ ଅଗ୍ରୱାଲ ମୁଖାଗ୍ନି ଦେଇଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ