ସମାଜେସେବୀଙ୍କ ଆଶୁ ଆରୋଗ୍ୟ କାମନା କରି ତ୍ରିରଙ୍ଗା ଯୁବକ ସଙ୍ଘର ଦୀପଦାନ

ହିଂଜିଳିକାଟୁ, (ଶେଷଦେବ ସାହୁ): ଇଚ୍ଛା ଶକ୍ତି ଥିଲେ ସମସ୍ତ ଅସମ୍ଭବକୁ ସମ୍ଭବ କରିହୁଏ । କିନ୍ତୁ ବିନା ଇଚ୍ଚଶ ଶକ୍ତିରେ କୌଣସି କାର୍ଯ୍ୟ ସମ୍ପର୍ଣ୍ଣ କରିବା ସମ୍ଭବପର ହୋଇନଥାଏ । ଇଚ୍ଛା ଶକ୍ତି ବଳରେ ସମ୍ସ୍ ଅସମ୍ଭବ ଲାଗୁଥିବା କାର୍ଯ୍ୟକୁ ସମ୍ଭବ କରିହୁଏ । ଏହି ଉକ୍ତିଟିକୁ ସାର୍ଥକ କରିଛନ୍ତି ‘ପଦ୍ମଶ୍ରୀ ପୁରସ୍କାର’ ପ୍ରାପ୍ତ କଟକ ର ଚା’ ବାଲା ଡ଼ି. ପ୍ରକାଶ ରାଓଜୀ । ଯାହାଙ୍କଜୀବନ ସମସ୍ତ ସ୍ୱେଛାସେବୀ ମ।।ନଙ୍କ ପଇଁ ଏକ ପ୍ରେରଣା । ଯାହାର ପ୍ରଚେଷ୍ଟା ଫଳରେ ବହୁ କୁନି କୁନି ଛୁଆଁଙ୍କମଧ୍ୟରେ ନୂତନ ଆଶର ଆଲୋକ ସଂଚାର ହୋଇପାରିଛି । ଯିଏ ପ୍ରମାଣିତ କରିଛନ୍ତ ବିନା ଅର୍ଥରେ ମଧ୍ୟ ଜନସେବା କରିହୁଏ । ସେହି ବିଶିଷ୍ଟ ସମାଜସେବୀ ଦୁରାରୋଗ୍ୟରେ ପିଡ଼ିତଥିବା ଯୋଗୁଁ ତାଙ୍କରି ଆଶୁ ଆରୋଗ୍ୟ କାମନା କରି ତ୍ରିରଙ୍ଗା ଯୁବକ ସଙ୍ଘର ସଦ୍ୟ ମାନେ ହିଂଜିଳିକାଟୁ ପୌରାଂଚଳ ଲକ୍ଷ୍ମୀ ବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର ମନ୍ଦିରେ ସାମୁହିତ ଭାବେ ମହାମୃତ୍ୟୁଂଜୟ ମନ୍ତ୍ର ପାଠ କରିବା ସହ ଦୀପଦାନ କରିଥିଲେ । କାର୍ଯ୍ୟକ୍ରମକୁ ସଙ୍ଘର ସଭାପତି ରଂଜନ କୁମାର ସାହୁ ପରିଚାଳନା କରିଥିବା ବେଳେ ସହ ସମ୍ପାଦକ କିରଣ କୁମାର ପୃଷ୍ଟି, ବାଳକୃଷ୍ଣ ପାତ୍ର, ଆଲୋକ ନାୟକ, ପୁରୁଷୋତମ ମଲ୍ଲ, ପ୍ରଶାନ୍ତ ସାହୁ, ସଂଜୟ ପଣ୍ଡା, ଚିମନ କୁମାର ସାହୁ, କିଶାନ କୁମାର ପାତ୍ର, ଇ. ସରୋଜ କୁମାର ପାତ୍ର, ଆକାଶ ବାଡ଼ତ୍ୟା, ରାକେଶ ଭୁୟାଁ, ରଂଜନ ସେଠି, ପ୍ରମୋଦ ମହାରଣା, ରୁଦ୍ର ପ୍ରଧାନଙ୍କ ସମେତ ସଙ୍ଘର ବହୁ କର୍ମକର୍ତା ଓ ସଦସ୍ୟ ମାନେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ