ସମାଜ ବିକାଶ କର୍ମଜିବୀ ଶ୍ରମିକ ସଂଘ ର ଗଂଜାମ ଜିଲ୍ଲା ଶାଖା ଗଠନ 

ଛତ୍ରପୁର, (ଦେବଦତ୍ତ ମହାରଣା) :-ନିର୍ମାଣ ଶ୍ରମିକ ଓ ଅଣ ସଂଗଠିତ ଶ୍ରମିକ ମାନଙ୍କର ସାମଜିକ ଅର୍ଥନୈତିକ ବିକାଶ ଉପରେ ପ୍ରାଧାନ୍ୟ ଦେବା ନିମନ୍ତେ ଶନିବାର ସ୍ଥାନୀୟ ଦଳିତ ସହାୟକ ପ୍ରତିଷ୍ଠାନ କାର୍ଯ୍ୟାଳୟ ପରିସରରେ ସମାଜ ବିକାଶ କର୍ମଜିବୀ ଶ୍ରମିକ ସଂଘ (ଓଡିଶା) ର ରାଜ୍ୟ ସଂଘର ସମ୍ପାଦକ ରମେଶ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ନିର୍ମାଣ ଶ୍ରମିକ ଓ ଅଣ ସଂଗଠିତ ଶ୍ରମିକ ମାନେ କିପରୀ ସହଜରେ ସରକାରୀ ଯୋଜନା ଗୁଡିକ ଜାଣିପାରିବେ ଏବଂ ପାଇ ପାରିବେ ସେଥି ନିମନ୍ତେ ସଚେତନତା ସହ ଏହି ସଂଘର ଏକ ଗଂଜାମ ଜିଲ୍ଲା ଶାଖା କାର୍ଯ୍ୟକାରୀ କରିବ ସେଥି ନିମନ୍ତେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ସଦସ୍ୟ ମାନେ ମତରଖିଥିଲେ । ସେମାନଙ୍କ ଅନୁରୋଧ କ୍ରମେ ସଂଘ ର ଗଂଜାମ ଜିଲ୍ଲା ଶାଖା ଗଠନ କରାଯିବା ସହ କର୍ମକର୍ତ୍ତା ଚୟନ କରାଯାଇଛି । ସର୍ବସମ୍ମତ୍ତି କ୍ରମେ ସମାଜ ବିକାଶ କର୍ମଜିବୀ ଶ୍ରମିକ ସଂଘର ଗଂଜାମ ଜିଲ୍ଲା ସଭାପତି ଭାବେ କାଳୁ ଚରଣ ନାୟକ ଏବଂ ସମ୍ପାଦକ ଭାବେ ସିମାଞ୍ଚଳ ନାୟକଙ୍କୁ ଚୟନ କରାଯାଇଛି । ଏହି ସଂଘର ଜିଲ୍ଲା ସମସ୍ତ ବର୍ଗର ଶ୍ରମିକ ମାନଙ୍କ ନିମନ୍ତେ କାର୍ଯ୍ୟ କରିବ ବୋଲି ସ୍ଥିର କରାଯାଇଥିଲ। । ଏହି ଅବସରରେ ଗଂଜାମ ଜିଲ୍ଲା ସଂଘର ନବନିର୍ବାଚିତ କର୍ମକର୍ତ୍ତା ମାନେ ଛତ୍ରପୁର ଜିଲ୍ଲା ଶ୍ରମଅଧିକାରୀ ନରେନ୍ଦ୍ର କୁମାର ଗଇପାଇ ଓ ବ୍ରହ୍ମପୁର ଜିଲ୍ଲା ଶ୍ରମ ଅଧିକାରୀ ବାବୁ ଚରଣ ପାତ୍ରଙ୍କୁ ଭେଟି ସଂଘର କାର୍ଯ୍ୟକାରୀ ନିମନ୍ତେ ସ୍ୱୀକୃତି ପତ୍ର ପ୍ରଦାନ କରିଛନ୍ତି । ଆସନ୍ତା ଦିନ ଠାରୁ ଏହି ସଂଘ ନିର୍ମାଣ ଶ୍ରମିକ ଓ ଅଣ ସଂଗଠିତ ଶ୍ରମିକ ମାନଙ୍କ ହିତ ନିମନ୍ତେ କାର୍ଯ୍ୟ କରିବ ବୋଲି ନବନିର୍ବାଚିତ ଜିଲ୍ଲା ସଭାପତି କାଳୁ ଚରଣ ନାୟକ ଏକ ପ୍ରେସ ବିବୃତି ମାଧ୍ୟମରେ ସୂଚନା ଦେଇଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ