ସମାଜ ସଂସ୍କାର ପାଇଁ ବରିଷ୍ଠ ନାଗରିକ ମାନେ ମଙ୍ଗୁଆଳ

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ):ଅଭିଜ୍ଞତା ମଣିଷକୁ ସିଦ୍ଧହସ୍ତ କରିଥାଏ। ବରିଷ୍ଠ ନାଗରିକ ମାନଙ୍କ ମଧ୍ୟରେ ବିଭିନ୍ନ ଜିନିଷ ଉପରେ ନିଖୁଣ ପାରଙ୍ଗମତା ରହିଛି। ସେମାନଙ୍କ ଉଚିତ ମାର୍ଗଦର୍ଶନରେ ସମାଜ ଚାଲିଛି। ଏହାର ସଦୁପଯୋଗ ହେବା ଆବଶ୍ୟକ। ବରିଷ୍ଠ ନାଗରିକ ମାନେ ସମାଜ ସଂସ୍କାରର ମଙ୍ଗୁଆଳ ବୋଲି ବକ୍ତା ମାନେ ମତ ପ୍ରକାଶ କରିଥିଲେ। ଶୁକ୍ରବାର ପୂର୍ବାହ୍ନ ସମୟରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ପଂଚାୟତ ସମିତି ସଭାଗୃହ ପରିସରରେ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ସୁଶ୍ରୀ ସସ୍ମିତା ବେହେରା ଙ୍କ ସଭାପତିତ୍ୱ ରେ ବ୍ଲକସ୍ତରୀୟ ବରିଷ୍ଠ ନାଗରିକ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅସ୍ତରଙ୍ଗ ବ୍ଲକ ଅଧକ୍ଷା ଆରତୀ ନାଏକ, ଅନ୍ୟତମ ଅତିଥି ଅସ୍ତରଙ୍ଗ ବରିଷ୍ଠ ନାଗରିକ ମଞ୍ଚ ଉପଦେଷ୍ଟା ପର୍ଶୁରାମ ସ୍ୱାଇଁ,ସଭାପତି ପ୍ରମୋଦ କୁମାର ନାୟକ, ସମ୍ପାଦକ କାଳନ୍ଦୀ ଚରଣ ଛାଟୋଇ, ଜଗତସିଂହପୁର ସାଂସଦ ଙ୍କ ଅସ୍ତରଙ୍ଗ ବ୍ଲକ ପ୍ରତିନିଧି ଦିବାକର ଛାଟୋଇ, ବ୍ଲକ ଉପାଧକ୍ଷ ଦୃଜୟ ମିଶ୍ର, ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀକାନ୍ତ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଜଗତସିଂହପୁର ସାଂସଦ ଙ୍କ ଅସ୍ତରଙ୍ଗ ବ୍ଲକ ପ୍ରତିନିଧି ଦିବାକର ଛାଟୋଇ କହିଥିଲେ ବରିଷ୍ଠ ନାଗରିକ ମାନେ ଉତ୍ତରପିଢ଼ି ପାଇଁ ଦିଗଦର୍ଶକ ଓ ପଥ ପ୍ରଦର୍ଶକ ଏବଂ ସେମାନେ ସମାଜ ପାଇଁ ସମ୍ପଦ ବୋଲି ମତ ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ବ୍ଲକ ଶିକ୍ଷାଧିକାରୀ ଶ୍ରୀକାନ୍ତ କୁମାର ସ୍ୱାଇଁ ନିଜ ମନ୍ତବ୍ୟ ରେ କହିଥିଲେ, ଆନ୍ତ୍ରଜାତୀୟ ସ୍ତରରେ ୧୯୯୧ମସିହାରୁ ଅକ୍ଟୋବର ୧ତାରିଖ କୁ ବରିଷ୍ଠ ନାଗରିକ ମାନଙ୍କ ଉଦେଶ୍ୟରେ ଉତ୍ସର୍ଗୀକୃତ କରାଯାଇଛି।ଏହି ଅବସରରେ ବରିଷ୍ଠ ନାଗରିକ ମାନେ ସେମାନଙ୍କ ଜୀବନର ବିଭିନ୍ନ ଅନୁଭୂତି ବଖାଣିଥିବା ବେଳେ ସରକାରୀ ସ୍ତରରେ କିପରି ଅବହେଳା କରାଯାଉଛି ସେ ଉପରେ ମତ ରଖିଥିଲେ। ବରିଷ୍ଠ ନାଗରିକ ମାନଙ୍କ ସ୍ୱାର୍ଥ ରକ୍ଷା ନିମନ୍ତେ ସରକାର କ ‘ଣ ସବୁ ପଦକ୍ଷେପ ନେଉଛନ୍ତି ସେ ଉପରେ ଅଧିକାରୀ ମାନେ ଗୁରୁତ୍ୱ ଦେଇଥିଲେ।ଉପସ୍ଥିତ ବରିଷ୍ଠ ନାଗରିକ ମାନେ ନିଜର ସମସ୍ୟା ଗୁଡିକ ମଧ୍ୟରେ ଥାନା, ସ୍ୱାସ୍ଥ୍ୟ କେନ୍ଦ୍ର ଓ ବ୍ୟାଙ୍କରେ ସ୍ୱତନ୍ତ୍ର ସୁବିଧା ସୁଯୋଗ, “ମୋ ବସ “ସୁବିଧା ଅସ୍ତରଙ୍ଗ ରୁ ଭୁବନେଶ୍ୱର, କଟକ ଗମନାଗମନ ପାଇଁ ସମସ୍ୟା ସମ୍ପର୍କରେ ଦାବୀ କରିଥିଲେ।ଏହା ସହ ଅସ୍ତରଙ୍ଗ ଅଂଚଳରେ ବରିଷ୍ଠ ନାଗରିକ ମଞ୍ଚ ସ୍ୱତନ୍ତ୍ର ସଭା ଗୃହ ନିର୍ମାଣ ପାଇଁ ଦାବୀ ଉପସ୍ଥାପନ କରିଥିଲେ। ସ୍ୱାସ୍ଥ୍ୟ କାର୍ଡ କୁ ସରକାର ୬୦ବର୍ଷରୁ ଲାଗୁ କରିବାକୁ ମଧ୍ୟ ଦାବୀ ଉପସ୍ଥାନ କରିଥିଲେ। ସମସ୍ୟା ସମ୍ପର୍କରେ ଅତିଥି ଅବଗତ ପରେ ସ୍ଥାନୀୟ ତହସିଲଦାର ଙ୍କ ସହ ଆଲୋଚନା କରି ନିଦ୍ଧିଷ୍ଟ ସ୍ଥାନ ନିରୂପଣ କରି ବରିଷ୍ଠ ନାଗରିକ ମଞ୍ଚ ସ୍ୱତନ୍ତ୍ର ଗୃହ ନିର୍ମାଣ କରାଯିବାକୁ ପ୍ରତିଶ୍ରୁତି ଦେବା ସହ ବିଭାଗୀୟ ଅଧିକାରୀ ଓ ମନ୍ତ୍ରୀ ଙ୍କ ସହ ଆଲୋଚନା କରି” ମୋ ବସ “ସେବା ଅସ୍ତରଙ୍ଗ ରୁ ଭୁବନେଶ୍ୱର ଓ କଟକ ଯାତାୟାତ କରାଯିବ ଚେଷ୍ଟା କରିବେ।ପୂର୍ବରୁ ବରିଷ୍ଠ ନାଗରିକ ସମ୍ପର୍କିତ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ଛାତ୍ର, ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏହି ବୈଠକ ରେ ୬୫ଜଣ ରୁ ଉର୍ଦ୍ଧ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ