ସମାଜ ସଂସ୍କାର ସମ୍ପର୍କିତ ଆଲୋଚନାଚକ୍ର
କେନ୍ଦ୍ରାପଡା – ଗରାପୁର ଶିବାନନ୍ଦ ଆଶ୍ରମ ପରିସରରେ ରବିବାର ଅପରାହ୍ନରେ ଦିବ୍ୟ ଜୀବନ ସଙ୍ଘ ଓ ସମାଜ ସଂସ୍କାର ମଂଚର ମିଳିତ ଆନୁକୁଲ୍ୟରେ ଏକ ସମାଜ ସଂସ୍କାର ଧର୍ମୀ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ଶିବାନନ୍ଦ ଆଶ୍ରମର ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୁପାନନ୍ଦଜୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ୱାମୀ ଶିବାନନ୍ଦଜୀଙ୍କ ସମାଜ ସଂସ୍କାର ଉପରେ ଆଧାରିତ ବାଣୀ ସମ୍ପର୍କରେ ଆଲୋଚନା କରିଥିଲେ । ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ରମଣୀରଞ୍ଜନ ରାଉତରାୟ, ସଞ୍ଜୟ କୁମାର ଜେନା, ଶିକ୍ଷାବୀତ ମନୋରଞ୍ଜନ ତ୍ରିପାଠୀ, ଦେବେନ୍ଦ୍ର ନାଥ ସାମନ୍ତ, ମଞ୍ଜୁଲତା ନାୟକ, ଶ୍ରୀଧର କୁମାର ମହାନ୍ତି, କରୁଣାକର ଦାସ, ପ୍ରମିଳା ବରାଳ, ସୁବାଷ ଚନ୍ଦ୍ର ପଲାଇ, ଶ୍ରୀଧର ରାଉତ, ମଥୁରାନନ୍ଦ ସାହୁ, ବାସନ୍ତୀ ମହାନ୍ତି, ରୁଦ୍ରାଣୀ ମହାପାତ୍ର, ସୁଚିତ୍ରା ପଲାଇ, ପୁନମ ନାୟକ, କେଶବ ସେଠୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଶ୍ରମର ଅନ୍ତେବାସୀମାନେ ଭଜନ ଓ କୀର୍ତ୍ତନ ପରିବେଷଣ କରିଥିଲେ । ପ୍ରତ୍ୟେକ ରବିବାର ଏଭଳି ଆଲୋଚନାଚକ୍ର ଆଶ୍ରମରେ ଅନୁଷ୍ଠିତ ହେବାକୁ ନିଷ୍ପତି ଗ୍ରହଣ ସହିତ ସମସ୍ତେ ଏଥିରେ ଯୋଗଦେଇ ସମାଜକୁ ସରସ , ସୁନ୍ଦର ଓ ସଂସ୍କାରିତ କରିବାକୁ ଶ୍ରୀମା ପରାମର୍ଶ ଦେଇଥିଲେ । ଶେଷରେ ଆଶ୍ରମର ନୃସିଂହବାବା ଧନ୍ୟବାଦ ଅର୍ପଣ କରିଥିଲେ ।