ସମାଜ ସେବାରେ ନିବୃତ୍ତ ସୋଶିଆଲ୍ ୱେଲଫେୟାର ୱାିରିଅର ସଂସ୍ଥା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୁରୀ ଜିଲ୍ଲା ବ୍ରହ୍ମଗିରି ତିନିକୁଦି ଗ୍ରାମରୁ ଛୋଟ ଦୁବଟିଏ ଭଳି ଆରମ୍ଭ ହୋଇଥିବା ସୋଶିଆଲ୍ ୱେଲଫେୟାର ୱାଶରିଅର ସଂସ୍ଥା। ଆଜି ମହାଦ୍ରୁମରେ ପରିଣତ ହୋଇଛି । ଗତ ଦୁଇବର୍ଷ ପୂର୍ବରୁ ଏହି ସମାଜ ସେବା ଗ୍ରୁପ ଆରମ୍ଭ ହୋଇଥିଲା ଗ୍ରୀଷ୍ମ ଦିନରେ ମଠ ମନ୍ଦିର ଏବଂ ଗାଁ ମାନକରେ ମଧ୍ୟ ଆମେ ଜଳଛତ୍ର ଏବଂ ଦହି ପଣାର ବନ୍ଦୋବସ୍ତ ସହିତ ମହାପ୍ରଭୁ ଅଲାରନାଥଙ୍କ ଅଣସର ଅବସରରେ ମନ୍ଦିର ଚାରିପାଖ ସଫା କରିବା ସହ ମେଡିକାଲ ସେବା ସହିତ ଦହିପଣା ବଣ୍ଟନ କରାଯାଏ। ଗ୍ରୁପର ପ୍ରାୟ ୮୦ ଜଣ ସମାଜସେବି ସେବା ଯୋଗେଇ ଆସୁଛନ୍ତି। ଅନୁଷ୍ଠାନର ମୂଳ ଲକ୍ଷ୍ୟ ସମାଜ ସେବା, ପରିବେଶ ପରିଷ୍କାର ଏବଂ ସୁରକ୍ଷା, ବୃକ୍ଷ ରୋପଣ, ଶିକ୍ଷା ନିଶାନିବାରଣ, ଏବଂ ଆମ ଆଖ ପାଖରେ ହେଉଥଇବା ବିଭିନ୍ନ ଅପରିଷ୍କାରକୁ କିପରି ଭାବେ ସୁବ୍ୟବସ୍ଥା ହୋଇପାରିବ। ନିକଟରେ ସହିଦ ସୋମନାଥ ବରାଳଙ୍କ ସ୍ମୃତିରେ ବୃକ୍ଷ ରୋପଣ କରାଯାଇଥିଲା। ସହିଦ ସୋମନାଥ ବରାଳଙ୍କ ସ୍ମୃତିରେ ତିନିକୁଦୀ ମେଲଣ ପଡିଆ ଠାରେ ପରିବେଶ ସୁରକ୍ଷା ପାଇଁ ଏହି ସଂସ୍ଥା କରିଥିଲା ଛୋଟିଆ ପ୍ରୟାସ । ଏଥିରେ ଶିକ୍ଷକ ଶ୍ରବଣ କୁମାର ପ୍ରଧାନ, ଅରବିନ୍ଦ ଦଳାଇ, ଦେବାଶିଷ ପ୍ରଧାନ, ମୃତ୍ୟୁଞ୍ଜୟ ଜେନା, ସୁଶାନ୍ତ ସ୍ୱାଇଁ, ବିଶ୍ୱଜିତ,’ଚିନ୍ମୟ,ବଳରାମ, ପିଣ୍ଟୁ, ଶ୍ରୀତମ, ଗୁନୁ, ଚନ୍ଦନ, ନବକିଶ୍ୱର୍, ଗଣେଶ, ଟୁବୁଲା, ହାପି, ସୋମନାଥ, ଆଶିଷ, ହଟେକେଶ୍ୱୋର, ମୁନା, ଅମିତ୍, ଅଶିତ,କାଳିଆ,ସମେତ ସମସ୍ତ ସଦସ୍ୟ ସାମିଲ ହୋଇଥିଲେ। ସେହିପରି ସ୍ଥାନୀୟ ରହାଡମଲ୍ଲ ବୃନ୍ଦାବନ ହାଇସ୍କୁଲର ଯୁଧିଷ୍ଟିର ପ୍ରଧାନଙ୍କ ଏକାଦଶରେ ସୋଶିଆଲ୍ ୱେଲଫେୟାର ୱାସରିଅର ସଂସ୍ଥା ପକ୍ଷରୁ ପୁଷ୍ପରେ ସଜ୍ଜା ଯାଇଥିଲା। ଏଥିରେ ସମସ୍ତ ସଦସ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କାର’ଣ ସ୍ବର୍ଗତ ଯୁଧିଷ୍ଟିର ପ୍ରଧାନ ଥିଲେ ଜଣେ ପ୍ରସିଦ୍ଧ ନିଃସ୍ଵାର୍ଥପର ଶିକ୍ଷକ। ଛାତ୍ର ଛାତ୍ରୀ ମାନଙ୍କର ଭବିଷ୍ୟତ ଗଢିବାରେ ତାଙ୍କର ଭୂମିକା ଅତୁଳନୀୟ। ଗତ୨୦୨୪ମସିହା ଜୁଲାଇ ୨୪ ରେ ଦୁଃଖ ସାଗରରେ ଛାଡ଼ି ଇଶ୍ୱୋର ପ୍ରାପ୍ତି ହୋଇଥିଲେ। ତାଙ୍କର ଏକାଦଶ ଉପଲକ୍ଷେ ସୋଶିଆଲ୍ ୱେଲଫେୟାର ୱାତରିଅର ସଂସ୍ଥା ତରଫରୁ ସମସ୍ତ ଛାତ୍ରଗଣ ଏକାଦଶ ତିଥିରେ ସମସ୍ତ ଫୁଲରେ ସାଜସଜ୍ଜା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ପ୍ରଂଶସାର ପାତ୍ର ପାଲଟିଛି। ଏଥିରେ କ୍ରୀଡା ଶିକ୍ଷକ ଶ୍ରବଣ କୁମାର ପ୍ରଧାନ, ଶିକ୍ଷକ ବିଜୟ କୁମାର ଜେନା, ଶିକ୍ଷକ ବିଜୟ କୁମାର ବରାଳ, ଅରବିନ୍ଦ ଦଳାଇ, ଦେବାଶିଷ ପ୍ରଧାନ, ମୃତ୍ୟୁଞ୍ଜୟ ଜେନା, ସୁଶାନ୍ତ ସ୍ୱାଇଁ, ବିଶ୍ୱଜିତ,’ଚିନ୍ମୟ,ବଳରାମ, ପିଣ୍ଟୁ,ଶ୍ରୀତମ, ଗୁନୁ, ଚନ୍ଦନ, ନବକିଶ୍ୱର୍, ଗଣେଶ, ଟୁବୁଲା, ହାପି, ସୋମନାଥ, ହଟେକେଶ୍ୱୋର, ସମେତ ସମସ୍ତ ସଦସ୍ୟ ଉପସ୍ଥିତଥିଲେ।