ସମାଜ ସେବୀ ମଥୁରୀ ଜେନାଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ସମାଜ ସେବୀ ମଥୁରୀ ଚରଣ ଜେନାଙ୍କ ଦ୍ୱାଦଶାହରେ ତାଙ୍କ ଚକଡା(ବଡମଙ୍ଗଳା) ସ୍ଥିତ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ହୃଷିକେଶ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ଜେନାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ୱର୍ଗତ ଜେନା ଏକଦା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ପ୍ରହଲ୍ଲାଦ ମଲ୍ଲିକଙ୍କ ଘନିଷ୍ଠ ସହଯୋଗୀ ଥିଲେ । ବିଭିନ୍ନ ସମାଜସେବା ମୂଳକ କାର୍ଯ୍ୟରେ ସେ ଶେଷ ଜୀବନ ପର୍ଯ୍ୟନ୍ତ ନିୟୋଜିତ ଥିଲେ ବୋଲି ତାଙ୍କ ଜୀବାନାଦର୍ଶ ସମ୍ପର୍କରେ ଆଲୋଚନା କରି ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟିକା ଡଃ. ସିପ୍ରା ମଲ୍ଲିକ, ପୂର୍ବତନ ବିଧାୟକ ଅଲେଖ କୁମାର ଜେନା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଦେବେନ୍ଦ୍ର ସୁଆର, ଶିକ୍ଷାବିତ ଭଜକୃଷ୍ଣ ରାଉତ, ଅଧ୍ୟାପକ ଡଃ. ଗିରିଶ ଚନ୍ଦ୍ର ପାତ୍ର, ଆଇନଜୀବୀ ସରୋଜରାଜ ସିଂ, ଅଧ୍ୟାପକ ହିମାଂଶୁ ଭୂଷଣ ପରିଡା, ଶିକ୍ଷାବିତ ପ୍ରଣବ କୁମାର ଜେନା, ମହାକାଳପଡା ବିକାଶ ମଞ୍ଚର ସଭାପତି କାଶୀନାଥ ରାଉତରାୟ, ଶାରଳା ସାହିତ୍ୟ ସଂସଦ ସଭାପତି ଇଂ ପ୍ରଭାକର ସ୍ୱାଇଁ, ପୂର୍ବତନ ଅଧ୍ୟକ୍ଷ ମଦନମୋହନ ଜେନା, ଅଧ୍ୟାପକ ବିବେକାନନ୍ଦ ସିଂ, ଧିରେନ ସାହୁ, ହିରଣ୍ୟ ପଣ୍ଡା,ପୁତୁରା ତଥା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନା, ପ୍ରଭାତ କୁମାର ଜେନା, ପ୍ରଶନ୍ନ ଜେନା, ପବିତ୍ର ଜେନା, ପୁତ୍ର ଅଧ୍ୟାପକ ପ୍ରଶାନ୍ତ କୁମାର ଜେନା, ସଂଗ୍ରାମ ଓ ଶୁଭ୍ରାଶୁଂ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଜେନାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ