ସମାନ୍ତରାଳ ସଂଗଠନ ଜରିଆରେ ଜିଲ୍ଲାରେ ବିଜେପିକୁ ସୁଦୃଢ କରିବାକୁ ପ୍ରୟାସ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ଛୁଆଳିଆ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବନ୍ଧୁ ମିଳନ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନମୋହନ ଜେନା ଓ ପୂର୍ବତନ ଜିଲ୍ଲା ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁଙ୍କୁ ବିଜେପିର କାର୍ଯ୍ୟକର୍ତ୍ତାମାନଙ୍କ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଉତ୍ସବକୁ ଜିଲ୍ଲା ବିଜେପିର ସାଧାରଣ ସମ୍ପାଦକ ଗଗନବିହାରୀ ସାହୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ବିଜେପି ସଭାପତି ଶୁକାନ୍ତ ଦ୍ୱିବେଦୀ, ମାନସ ମହାନ୍ତି, ଡଃ.କଳ୍ପନା ମଲ୍ଲିକ, ୫ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟାଙ୍କ ସମେତ ବହୁ ବିଜେପି କର୍ମୀ ଯୋଗଦେଇଥିଲେ । ଏହି ସଭା କର୍ମୀଙ୍କ ମହଲରେ ନୂତନ ଉଲ୍ଲାସ ଭରି ଦେଇଥିବା ବେଳେ ଏହା ଜିଲ୍ଲା ବିଜେପି ସଭାପତି ଓ ପୂର୍ବତନ ସାସଂଦଙ୍କ ବିରୋଧୀ ଗୋଷ୍ଠି ପକ୍ଷରୁ ଆୟୋଜନା କରାଯାଇଥିଲା । ଏକ ସମାନ୍ତରାଳ ସଂଗଠନ ଜରିଆରେ ଜିଲ୍ଲାରେ ବିଜେପି ସଂଗଠନକୁ ସୁଦୃଢ କରିବାକୁ ପ୍ରୟାସ କରାଯାଉଛି ବୋଲି ଜନୈକ ଦଳୀୟ ନେତୃତ୍ୱ ସୂଚନା ଦେଇଛନ୍ତି । କିନ୍ତୁ ଏହି ବୈଠକ ଜରିଆରେ ବୈଜୟନ୍ତ ପଣ୍ଡାଙ୍କ ବିରୋଧୀ ମେଳିରେ ତାଙ୍କ ଅନୁଗତ ଡଃ.ମଲ୍ଲିକ ସାମିଲ ହୋଇଥିବା ଆଶ୍ଚର୍ଯ୍ୟ କରିଛି !