ସମାନ କାମକୁ ସମାନ ଦରମା ଦାବୀ

ଭୁବେନଶ୍ୱର,(ୱାଇଏନ୍ଏସ୍): ରାଜ୍ୟର ପ୍ରାୟ ୬,୭୯୮ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ମାନଙ୍କରେ କାର୍ଯ୍ୟରତ ପାଖାପାଖି ୭ ହଜାରରୁ ଉର୍ଦ୍ଧ୍ୱ ଅସ୍ଥାୟୀ ଚତୁର୍ଥଶ୍ରେଣୀ କର୍ମଚାରୀ, ପିଅନ, ରାତ୍ର ଜଗୁଆଳୀ, ଝାଡ଼ୁଦାର କାର୍ଯ୍ୟ କରୁଛନ୍ତି । ଏମାନଙ୍କ ଚାକିରୀକୁ ନିୟମିତ କରିବା ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ମଜୁରୀ ଏହି କର୍ମଚାରୀମାନଙ୍କୁ ସମାନ କାମକୁ ସମାନ ଦରମା ଭାବେ ପ୍ରଦାନ ଦାବିକୁ ନେଇ ଏହି କର୍ମଚାରୀମାନେ ରାଜ୍ୟ ସଂଘ ତରଫରୁ ଗତ ୨୦୨୦ ମାର୍ଚ୍ଚ ୩ ତାରିଖ ଦିନ ଭୁବନେଶ୍ୱରସ୍ଥ ଲୋୟର ପିଏମ୍‌ଜି ବିଧାନସଭା ଆଗରେ ଧାରଣା ଦିଆଯାଇଥିଲା । ମାତ୍ର ଏହି ସମୟରେ ରାଜ୍ୟ ସରକାରଙ୍କର ପଞ୍ଚାୟତିରାଜ ଦିବସ ପାଳନ ପାଇଁ ମାର୍ଚ୍ଚ ୫ ତାରିଖ ଥିବା ଦୃଷ୍ଟିକୁ ଲକ୍ଷ୍ୟ କରି ଧାରଣାସ୍ଥଳରୁ ରାଜ୍ୟ ସଂଗଠନର କମିଟି ସଦସ୍ୟଙ୍କୁ ମାନ୍ୟବର ବିଭାଗୀୟ ପଞ୍ଚାୟତିରାଜ ମନ୍ତ୍ରୀ ତାଙ୍କ ସରକାରୀ ବାସଭବନକୁ ଡ଼େଲିଗେଟରେ ଡ଼ାକି ଯଥାସମ୍ଭବ ରାଜ୍ୟ ରାଜକୋଷରୁ ସରକାରୀ ଅନୁଦାନ (staff subsidy) କର୍ମଚାରୀ ସହାୟତା ଅନୁଦାନ ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା ତୁରନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହିତ ଧାରଣା ପ୍ରତ୍ୟାହୃତ କରିବା ପାଇଁ ପରାମର୍ଶ ଦେଇଥିଲେ । ମାତ୍ର ପ୍ରକାଶଥାଉକି 5th state finance commissionରେ ଏହି କର୍ମଚାରୀମାନଙ୍କ ପାଇଁ provision ଥିଲେ ମଧ୍ୟ letter no ୧୮୬୫୫ ତାରିଖ ୧୯.୧୦.୨୦୧୯ରେ Remuneration of group -D GP peon may be met out from staff subsidy  ତାହା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟ କରାଯାଇ ନାହିଁ । କାରଣ ପଞ୍ଚାୟତିରାଜ ବିଭାଗ ୫-ଟି ଯୋଜନାରେ ସାମିଲ୍ ହୋଇଥିଲେ ମଧ୍ୟ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହି କର୍ମଚାରୀମାନେ ସବୁବେଳେ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟରେ ଜନସାଧାରଣମାନଙ୍କୁ ସେବା ଯୋଗାଇ ଆସୁଛନ୍ତି । ଏପରିକି ଖୁବ୍ କମ୍ ପାରିଶ୍ରମିକ ପାଇ ଗୋତିଶ୍ରମିକ ଭାବେ ଖଟି ଖଟି ଦିନ ରାତି ମିଶି କରି କେବଳ ଭବଷ୍ୟତରେ ରାଜ୍ୟ ସରକାରଙ୍କ ଠାରୁ ସରକାରୀ ଅନୁଦାନ ପାଇବା ଆଶା ରଖି, କାର୍ଯ୍ୟ କରି ଆସୁଛନ୍ତି ଅଦ୍ୟାବଧି ପର୍ଯ୍ୟନ୍ତ । ୧୯୪୭ ମସିହା ଠାରୁ ଭାରତ ସ୍ୱାଧୀନତା ପାଇବା ଠାରୁ ଏମାନଙ୍କ ଅବସ୍ଥା ଏପର୍ଯ୍ୟନ୍ତ ହେଲା ନା ଶାସନ ନା ପ୍ରଶାସନ ପୂରଣ କରିବାରେ ବିଭିନ୍ନ ଟାଳଟୂଳ ନୀତି ଅବଲମ୍ବନ କରିଛନ୍ତି । କେବଳ ଉଦାସୀନତା ଓ ଇଚ୍ଛାଶକ୍ତିର ଅଭାବ । କାରଣ ଏହି କର୍ମଚାରୀଟି ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ମଜୁରୀ ପାଇବାରୁ ବଞ୍ଚିତ ଅଛନ୍ତି । ନିକଟରେ ରାଜ୍ୟ ସରକାର ବିଭିନ୍ନ ସଂଗଠନ କର୍ମଚାରୀମାନଙ୍କ ପାଇଁ ଅଳ୍ପ ଅଧିକେ ଅର୍ଥ ପାଇବା ବ୍ୟବସ୍ଥା କରିଥିଲେ ହେଁ ଏମାନଙ୍କର ଅନୁଦାନ ଦାବି ଫାଇଲଟି ବିଭାଗରେ ଅଟକି ଯାଇ ପଡ଼ିରହିଛି । ଏଣୁ ଓଡ଼ିଶା ଗ୍ରାମପଞ୍ଚାୟତ କର୍ମଚାରୀ ସଂଘ ତରଫରୁ ଦିଆଯାଇଥିବା ଦାବୀ ଫାଇଲଟିକୁ ତୁରନ୍ତ ତ୍ୱରାନ୍ୱିତ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ସ୍ୱୀକୃତି ପ୍ରଦାନ ନିମନ୍ତେ ପଠାଇବା ସହ ଦରମା ସର୍ବନିମ୍ନ ମଜୁରୀ ପ୍ରଦାନ କରିବା ପାଇଁ ସରକାରଙ୍କ ଠାରୁ ଏକ ସ୍ୱତନ୍ତ୍ର ଷ୍ଟାଣ୍ଡିଂ ଅର୍ଡ଼ର ପ୍ରତ୍ୟେକ ଗ୍ରା.ପ.କୁ ପଠାଇବା ପାଇଁ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ସୁବ୍ରତ କୁମାର ରାଉଳ, କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର ସେନାପତି, କୋଷାଧ୍ୟକ୍ଷ ସନାତନ ପ୍ରଧାନ, ଉପସଭାପତି ଅର୍ଜୁନ ରଣା, ସହ ସମ୍ପାଦକ ବେଣୁଧର ମହାରଣା, ତାରେଣୀ ଚରଣ ଭୟାଁ, ପ୍ରଦୀପ ନାୟକ, ରାଜ୍ୟ ସଂଯୋଜକ ଅରୁପାନନ୍ଦ ଡ଼ାକୁଆ, ରାକେଶ ନାୟକ, ପାର୍ବତୀ ସ୍ୱାଇଁ, ଚନ୍ଦ୍ରମଣି ରଣା, ଭାସ୍କର ପ୍ରଧାନ, ନବୀନ ଥପା ପ୍ରମୁଖ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନା କରିଛନ୍ତି । ଯଦି ଦାବୀ ପୂରଣ ନ କରରାଯାଏ, ତେବେ ସଂଘ ତରଫରୁ ଆଗକୁ ରାଜରାସ୍ତାକୁ ଓହ୍ଲାଇବା ସହିତ ସମସ୍ତ କର୍ମଚାରୀ ଆତ୍ମହୁତି ଦେବାକୁ ବାଧ୍ୟ ହେବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ