ସମାନ କାମକୁ ସମାନ ଦରମା ପାଇଁ ମନ୍ତ୍ରୀଙ୍କୁ ଦାବିପତ୍ର

ପୋଲସରା,(ଅନିଲ କୁମାର ମହାରଣା) : ସମାନ କାମକୁ ସମାନ ଦରମା ଦେବାକୁ ଦାବି କରି ଗୁରୁବାର ଦିନ ଗଂଜାମ ଜିଲ୍ଲା ପୋଲସରା ଏନ୍.ଏ.ସି.ର ସମସ୍ତ କାର୍ଯ୍ୟରତ ସ୍ୱଚ୍ଛସାଥି ଓ ସୁପରଭାଇଜର୍ ବୃନ୍ଦଙ୍କ ପକ୍ଷରୁ ମାନ୍ୟବର ମତ୍ସ୍ୟ ଓ ପଶୁ ସମ୍ପଦ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଳିକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦୀର୍ଘ ୫ ବର୍ଷ ଧରି ସ୍ୱଚ୍ଛସାଥୀ ଓ ସୁପ୍ରଭାଇଜର ବୃନ୍ଦ ପୋଲସରା ସହରର ୧୯ ଗୋଟି ଓ୍ବାଡରେ ଉତ୍ତମ ସେବା ଯୋଗାଇଆସୁଛନ୍ତି । କୋଭିଡ଼ ଭଳି ମହାମାରୀ ସମୟରେ ମଧ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ପାଖରେ ପହଞ୍ଚି ଉତ୍ତମ ସେବା ପ୍ରଦାନ କରିଥିଲେ। ଏଥି ସହିତ ପୋଲସରା ସହରର ପରିବେଶ ଓ ପ୍ରଦୂଷଣର ନିୟନ୍ତ୍ରଣକୁ ନେଇ ପ୍ରତିଦିନ ସଫେଇ କାର୍ଯ୍ୟ ସଠିକ୍ ଭାବେ ନିର୍ବାହ କରି ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦେଉଛନ୍ତି । ଘରକୁ ଘର ଯାଇ ଟ୍ୟାକ୍ସ କଲେକ୍ସନ କରି ପୋଲସରା ଏନ୍.ଏ.ସି. ଅଫିସରେ ଦାଖଲ ଦାଖଲ କାର୍ଯ୍ୟ ମଧ୍ୟ କାରୁଛନ୍ତି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସ୍ୱଚ୍ଛସାଥି ଓ ସୁପରଭାଇଜର ବୃନ୍ଦ ଜନସାଧାରଣଙ୍କ ନିକଟରେ ପହଞ୍ଚାଉଛନ୍ତି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହି ସବୁ କାର୍ଯ୍ୟ ସ୍ୱଚ୍ଛସାଥି ଓ ସୁପରଭାଇଜର ବୃନ୍ଦ କରୁଥିଲେ ମଧ୍ୟ ଉଚିତ ପାରିଶ୍ରମିକ ପ୍ରଦାନ କରାଯାଉ ନାହିଁ । ଦିର୍ଘ ୫ ବର୍ଷ ଧରି ସ୍ୱଚ୍ଛସାଥୀମାନଙ୍କୁ ୪ ହଜାର ଟଙ୍କା ଓ ସୁପରଭାଇଜର ମାନଙ୍କୁ ୮ ହଜାର ଟଙ୍କା ମାସିକ ପ୍ରଦାନ କରାଯାଉଛି । ବହୁ ଆନ୍ଦୋଳନ ପରେ ପୂର୍ବତନ ସରକାର କାର୍ଯ୍ୟ ଦକ୍ଷତାକୁ ଦୃଷ୍ଟି ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠି ନଂ ୫୯୯୩ ତା-୧୨/୦୩/୨୦୨୪ ରିଖ ପ୍ରକାରେ ସ୍ୱଚ୍ଛସାଥୀ ଓ ଚିଠି ନଂ-୬୦୦୩ ତା ୧୨/୦୩/୨୦୨୪ ରିଖ ପ୍ରକାରେ ସୁପ୍ରଭାଇଜର ବୃନ୍ଦଙ୍କ ଦରମା ବୃଦ୍ଧି କରିବା ପାଇଁ ସରକାରୀ ମୋହର ମାରିଥିଲେ । କିନ୍ତୁ ପ୍ରାୟ ୪ ମାସ ବିତିବାକୁ ବସିଥିବା ବେଳେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ତୁରନ୍ତ ସେମାନଙ୍କ ଦରମା ବୃଦ୍ଧି କରିବାକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ମଳିକଙ୍କ ଦୃଷ୍ଟି ଆକର୍ଷଣ କରି ପଦକ୍ଷେପ ଗ୍ରହଣ ପାଇଁ ସୁପରଭାଇଜର୍ ଅର୍ପର୍ଣ୍ଣା ଆଚାରୀ ଏବଂ ସ୍ୱଚ୍ଛସାଥି ବବିତା ବେହେରା, ପ୍ରମିଳା ପତି, ଗୀତାଞ୍ଜଳୀ ପ୍ରଧାନ, ନମିତା ସାହୁ , ମିନତୀ ଜେନା, ରିତାଞ୍ଜଳୀ ସାହୁ ପ୍ରମୁଖ ଅନୁରୋଧ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ