ସମିତିସଭ୍ୟ ପ୍ରାର୍ଥୀଙ୍କ ଘରକୁ ଘର ବୁଲି ପ୍ରଚାର
ଗଂଜାମ, (ବିନୋଦ ପଲାଇ) :-ଗଂଜାମ ବ୍ଳକ ଅନ୍ତର୍ଗତ ଝରେଡି ରାଧାଗୋବିନ୍ଦପୁର ପଞ୍ଚାୟତର ସମିତି ସଭ୍ୟ ରୂପେ ପ୍ରତିଦ୍ୱନ୍ଦିତା କରୁଥିବା ରଶ୍ମିରାଣି ମହାପାତ୍ର ପଞ୍ଚାୟତ ଅନ୍ତର୍ଗତ ବିଞ୍ଚାଣାପଲ୍ଲି, ଝାରେଡି ଗ୍ରାମରେ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ଗତ ନିର୍ବାଚନରେ ଜିଲ୍ଲାପରିଷଦ ସଭ୍ୟ ଜିତିଥିବା ରଶ୍ମି ଏଥର ସମିତି ସଭ୍ୟରେ ନିର୍ବାଚନ ଲଢ଼ୁଛନ୍ତି । ଏହି ପ୍ରଚାରରେ ସବିତା ନାହାକ, ସୁଶାନ୍ତ ନାହାକ, ମିହିର ନାହାକ, ଶେଖର ନାହାକ, ଚିନ୍ତାମଣି ନାହାକ, ଯୋଗେନ୍ଦ୍ର ନାହାକ, ଭ୍ରମର ନାହାକ ପ୍ରମୁଖ ସାମିଲ ହୋଇଥିଲେ ।