ସମିତି ସଭ୍ୟା ପ୍ରାର୍ଥୀନୀ ପ୍ରଚାରରେ ବହୁ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :-ଜନ ଆନ୍ଦୋଳନର ନେତ୍ରୀ ପେଦିନୀ ପାର୍ବତୀ ବଡଖଣ୍ଡି ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ପ୍ରାର୍ଥୀନୀ ହୋଇଥିବାରୁ ବହୁ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ ଆଜି ପଞ୍ଚାୟତର ବଡଖଣ୍ଡି, ରଙ୍ଗୁଣିପଲ୍ଲୀ, ଗୋପିନାଥପୁର ଗ୍ରାମର ଘରକୁ ଘର ବୁଲି ପେଦିନୀ ପାର୍ବତୀଙ୍କ ପ୍ରଚାର ପତ୍ର ବଣ୍ଟନ କରିବା ସହ ପଥପ୍ରାନ୍ତ ସଭାରେ ଜଣେ ଲଢୁଆ, ସାହାସୀ ଏବଂ ପରୋପକାରୀ ସ୍ଵଭାବ ର ଏହି ପେଦିନୀ ପାର୍ବତୀ ଶ୍ରମିକ, କୃଷକ, ମହିଳା, ଯୁବ ଓ ଛାତ୍ର ଙ୍କ ଅଧିକାର ପାଇଁ ଲଗାତାର ସଂଘର୍ଷ କରି ଆସୁଛନ୍ତି । ଗାଁ ର ପାନୀୟ ଜଳ ସମସ୍ୟା, ମନରେଗା ଶ୍ରମିକ ଙ୍କ ମଜୁରୀ ସମସ୍ୟା ଓ ୩ କଳା କୃଷି ଆଇନ ପ୍ରତ୍ୟାହାର, ସ୍ୱାସ୍ଥ୍ୟ ଅଧିକାର ଆନ୍ଦୋଳନ, ଅନ୍ଧବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଲଗାତାର ଲଢେଇ କରି ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ପଞ୍ଚାୟତ ବାସୀ ଏଭଳି ଜଣେ ସଚ୍ଚୋଟ, ନିଃସ୍ଵାର୍ଥପର କର୍ମୀ ଙ୍କୁ ଭୋଟ ଦେଇ ଜିତାଇବା ପଞ୍ଚାୟତ ବାସୀଙ୍କ ଗୁରୁ ଦାୟିତ୍ବ ବୋଲି ମତପ୍ରକାଶ କରିଥିଲେ । ମଦ, ମାଂସ କିମ୍ବା ଦଳୀୟ ଚିନ୍ତା କିମ୍ବା ମୁଷ୍ଟିମେୟ ଙ୍କ ତୁଷ୍ଟିକରଣ ପାଇଁ ଯଦି ଏଭଳି ପ୍ରାର୍ଥୀନୀ ଙ୍କୁ ଜିତାଇବାରେ ବିଫଳ ହୁଅନ୍ତି ତେବେ ପୁଣିଥରେ ଠକାମୀ ର ଶିକାର ହୋଇ ନିଜ ଅଧିକାର ରୁ ବଞ୍ଚିତ ହେବେ ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚ ର ଆବାହକ ଅବନୀ ଗୟା ବର୍ଣ୍ଣନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚାଷୀ ମୂଲିଆ ନେତା ନିରାକାର ନାୟକ, ଦଳିତ ଆନ୍ଦୋଳନ ର ବର୍ଷୀୟାନ ନେତା ଗଗନ ଚନ୍ଦ୍ର ମଲ୍ଲିକ, ସାମାଜିକ କର୍ମୀ ଏସ୍ କେ ଲିଙ୍ଗମ, ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନର ଜିଲ୍ଲା ସମ୍ପାଦକ ରାମଚନ୍ଦ୍ର ବାଡତ୍ୟା, କ୍ରାନ୍ତିକାରୀ କୃଷକ ସଭାର ନେତା ଶଙ୍କର ସାହୁ, ବାମସେଫର ଶିବରାମ ଆଦି ଜନଗଣଙ୍କୁ ଷ୍ଟୁଲ ଚିହ୍ନରେ ଏକ ବ୍ୟବସ୍ଥା ପରିବର୍ତ୍ତନ ପାଇଁ, ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ଓ ଉନ୍ନତି ଆଣି ସମସ୍ତ ପରିବାର ମୁହଁରେ ହସ ଫୁଟାଇବା ପାଇଁ ବହୁ ସଂଖ୍ୟାରେ ଭୋଟ ଦେଇ ଜିତାଇବା ପାଇଁ ଅନୁରୋଧ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ