ସମିତି ସଭ୍ୟ ପାଇଁ ପରମେଶ୍ୱର ଓ ସରପଞ୍ଚ ପାଇଁ ମାନସୀରାଣୀ ନାମାଙ୍କନ ଦାଖଲ କଲେ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବନ୍ତ ପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀ ଭାବେ ଉଚ୍ଚଶିକ୍ଷିତା ତଥା ସମାଜସେବୀ ମାନସୀରାଣୀ ରାଉତ ଓ ସମିତି ସଭ୍ୟ ପ୍ରାର୍ଥୀ ଭାବେ ଜଣାଶୁଣା ଆଇନଜୀବି ପରମେଶ୍ୱର ବାରିକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କୋଭିଡ୍ ନିୟମ ପାଳନ କରି ଶହ ଶହ ସାଥୀ ସମର୍ଥକଙ୍କ ଗହଣରେ ଦୁଇ ପ୍ରାର୍ଥୀ ପଦଯାତ୍ରାରେ ବାହାରି ନାମାଙ୍କନ ପତ୍ର ଦାଖଲ କରିଥିଲେ । ପ୍ରଥମେ ଚଣ୍ଡେଶ୍ୱର ମନ୍ଦିରରୁ ପୂଜାର୍ଚ୍ଚନା ପରେ ସରପଞ୍ଚ ଓ ୱାର୍ଡ ସଭ୍ୟ ପ୍ରାର୍ଥୀ ମାନେ ବନ୍ତ ପଞ୍ଚାୟତ ଏବଂ ସମିତି ସଭ୍ୟ ପ୍ରାର୍ଥୀ ବ୍ଲକରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ନାମାଙ୍କନ ପତ୍ର ଦାଖଲ ବେଳେ ଯୁବନେତା ଜ୍ୟୋତି ରଞ୍ଜନ ନାୟକଙ୍କ ଆହ୍ୱାନରେ ଶତାଧିକ ଯୁବକଙ୍କ ସମେତ ପଞ୍ଚାନନ ଯେନା, ସିକନ୍ଦର ସା, ନିରଞ୍ଜନ ନାୟକ, ନାଣ୍ଡୁ ସ୍ୱାଇଁ, ନାକୁ ପାଢୀ, ସୁବାଷ ବେହେରା, ସୁବାଷ ମହାନ୍ତି, ସଞ୍ଚୟ ନାୟକ, ଭାଗିରଥି ସେଠୀ, ନରେନ୍ଦ୍ର କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।


