ସମୀନ୍ତରେ ଭାଲୁ ଆକ୍ରମଣ ଆତଙ୍କ : ୨ ମୃତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ସୀମାନ୍ତରେ ଭାଲୁ ଆକ୍ରମଣ ଆତଙ୍କ ଦେଖାଦେଇଛି । ସୂଚନା ପ୍ରକାରେ ପୋଡଶୀ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ପଲାସା ବ୍ଲକର  ବଜ୍ରକତ୍ତୁରୁ, କିଡିସିଂ ଆଦି ଗ୍ରାମାଞ୍ଚଳରେ ଗତ କିଛି ଦିନ ହେଲା ଆତଙ୍କ ଖେଳାଇ ଦେଇଥିବା ବେଳେ ରବିବାର ଦିନ ଜଣେ ବ୍ୟକ୍ତିକୁ ଆକ୍ରମଣ କରିଥିଲା । ଫଳରେ ଉକ୍ତ ବ୍ୟକ୍ତିର ମୃତ୍ୟୁ ଘଟିଥିବା ବେଳେ ସୋମବାର ଦିନ ୬ଜଣଙ୍କୁ ଆକ୍ରମଣ କରି ଅତି ଗୁରୁତର କରିଦେଇଥିବାର ଜଣାପଛି । ଏହି ୬ ଜଣ ଗୁରୁତର ମାନଙ୍କୁ ପଲାସା ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି  କରାଯାଇଥିଲେ ମଧ୍ୟ ସେମାନଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ଏମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ଘଟିଥିବା ର ସୂଚନା ମିଳିଛି । ଭାଲୁ ଆକ୍ରମଣ ଘଟଣାରେ ବର୍ତ୍ତମାନ ସୁଦ୍ଧା ୨ଜଣଙ୍କର ମୃତ୍ୟୁ ଘଟିଥିବାର କୁହାଯାଉଥିବା ବେଳେ ଅବଶିଷ୍ଟ ୫ ଜଣଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ଥିବାର ଜଣାପଡିଛି । ହେଲେ ଭାଲୁକୁ କାବୁ କରିବା ନିମନ୍ତେ ଆନ୍ଧ୍ର ବନ ବିଭାଗ କଣ ପଦକ୍ଷେପ ନେଇଛି ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ ।  ଏହି ଗ୍ରାମାଞ୍ଚଳ ଗୁଡିକ ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରୁ ପ୍ରାୟ ୧୦ରୁ୧୫କିମି ଦୂରରେ ଅବସ୍ଥିତ ଥିବାରୁ ଲୋକେ ଆତଙ୍କିତ ହୋଇଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ