ସମୀର ଟିଭିଏସର ବାର୍ଷିକ ଉତ୍ସବ ଉପଲକ୍ଷେ ସଡକ ସୁରକ୍ଷା ଅଭିଯାନ
କେନ୍ଦ୍ରାପଡା – କେନ୍ଦ୍ରାପଡା ସହର କେଶପୁର ବଜାରସ୍ଥିତ ସମୀର ଟିଭିଏସର ୨୩ତମ ବାର୍ଷିକ ଉତ୍ସବ ଓ ଗ୍ରାହକ ମେଳା ଉପଲକ୍ଷେ ଏକ ସଡକ ସୁରକ୍ଷା ଅଭିଯାନ ଅବସରରେ ମଟର ସାଇକେଲ ସଚେତନତା ଶୋଭାଯାତ୍ରା କେଶପୁର ବଜାରରୁ ବାହାରି ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାକୁ ଟାଉନ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତକା ଦେଖାଇ ଉଦଘାଟନ କରିଥିଲେ । ଏଥି ସହିତ ଶ୍ରୀ ସାମନ୍ତରାୟ ଟିଭିଏସ କମ୍ପାନୀର ନୂଆ ବି.ଏ.-୬ ଜୁପିଟରକୁ ଅନାବରଣ କରି ବୀକ୍ରୟର ଶୁଭାରମ୍ଭ କରିବା ସହିତ ନୂତନ ସେଲଫ ଷ୍ଟାଟ ମୋପେଡର ଚାବି ଗ୍ରାହକଙ୍କୁ ହସ୍ତାନ୍ତର କରିଥିଲେ । ଏହି ଟିଭିଏସ ମଟର ସାଇକେଲ ଶୋଭାଯାତ୍ରା ସହରର ପ୍ରତ୍ୟେକ ଛକମାନଙ୍କରେ ସଡକ ସୁରକ୍ଷା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇଥିଲା । ଏହି ଅବସରରେ କେଶପୁର ବଜାରସ୍ଥିତ ସମୀର ଟିଭିଏସର ମୁଖ୍ୟ କାର୍ଯ୍ୟାଳୟରେ ପରିଚାଳନା ନିର୍ଦ୍ଦେଶକ ସମୀର କୁମାର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ମୁଖ୍ୟ ଅତିଥି, ଡେପୁଟୀ କଲେକ୍ଟର(ନିଜାରତ) ଡଃ.ବିରଜା ପ୍ରସାଦ ରାଉତରାୟ, ସାମ୍ବାଦିକ ଚିତ୍ତରଞ୍ଜନ ଦାସ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସମୀର ଟିଭିଏସର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମର ଅବତାରଣା କରିବା ସହିତ ଏହି କାର୍ଯ୍ୟକ୍ରମକୁ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟି.ଭି.ଏସ.କମ୍ପାନୀର ଆଚଂଳିକ ବୀକ୍ରୟ ପରିଚାଳକ ବାପି ରାଜା, ଟେରିଟୋରିଆଲ ମ୍ୟାନେଜର ବରଦା ପ୍ରସାଦ ଜେନାଙ୍କ ସମେତ ସମୀର ଟିଭିଏସର ସମସ୍ତ କର୍ମଚାରୀ ଓ ଗ୍ରାହକମାନେ ଉପସ୍ଥିତ ଥିଲେ । ଏହି ଅବସରରେ ପୈାରସଂସ୍ଥା ଦ୍ୱାରା ପରିଚାଳିତ ଦୃଷ୍ଟି ବାଧିତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନୂତନ ବସ୍ତ୍ର ଓ ଖାଦ୍ୟ ପଦାର୍ଥ ପ୍ରଦାନ କରାଯାଇଥିଲା ।