ସମୀୟା ପଲ୍ଲୀ ଗ୍ରାମ ରେ ଅନ୍ତର୍ଜାତିକ ମହିଳା ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଅନ୍ତର୍ଗତ ଭିକାରୀପଲ୍ଲୀ ପଞ୍ଚାଯତର ସମୀୟାପଲ୍ଲୀ ଗ୍ରାମରେ ଷ୍ଟାର୍ଟ ଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଛି ଉକ୍ତ କାର୍ଯ୍ୟକ୍ରମରେ ସରପଞ୍ଚ ମମତା ସୁବୁଦ୍ଧି,ପୂର୍ବତନ ସମିତି ସଭ୍ୟ ମଥୁରା ଚରଣ ଶୁବୁଦ୍ଧି ସ।ମୀୟ।ପଲ୍ଲୀ ଏବଂ ବାଲିବଗଡ ଗ୍ରାମର ୱାର୍ଡ ମେମ୍ବର ତଥା ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଗଣ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଆଖପାଖ ଅଞ୍ଚଳର 5 ଟି ଗ୍ରାମର ମହିଳା ମାନଙ୍କୁ ନେଇ ଏହି ସଭାଟି ଆୟୋଜନ କର।ଯାଇଥିଲା । କାର୍ଯ୍ୟ କ୍ରମର ପ୍ରାରମ୍ଭରୁ ସମସ୍ତ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ଵାଗତ କର।ଯାଇଥିଲା । ଷ୍ଟାର୍ଟ ଅନୁଷ୍ଠାନର ନିର୍ଦେଶକା ଏସ. ଯମୁନା ବେହେରା ଚଳିତ ବର୍ଷର ବିଷୟବସ୍ତୁ ଉପରେ ଆଲୋକପାତ କରିବା ସହ ସଭାଟିକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ମ୍ୟୁଜିକାଲ ଚୌକି ଏବଂ ବଲ ଖେଳ ଆୟୋଜନ କରାଯାଇ ବିଜେତା ମହିଳା ମାନଙ୍କୁ ପୁରସ୍କାର ବିତରଣ କରଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ