ସମୁଦ୍ରକୂଳ ଅଂଚଳରେ ଝାଉଁ ଓ କାଜୁ ଗଛ ରୋପଣ ନିମନ୍ତେ ସଂପୃକ୍ତ ଅଂଚଳ ବିଡିଓ, ତହସିଲଦାର ଏବଂ ବନ ବିଭାଗ ଅଧିକାରୀ ନେଇ ସମନ୍ୱୟ ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ଡିଆରଡିଏ କାର୍ଯ୍ୟାଳୟ ପରିସରରେ ଥିବା ମିନି କନଭେରନ୍ସ ହଲ୍ ଠାରେ  ସମୁଦ୍ରକୂଲ ଅଂଚଳରେ  ଚାରା ରୋପଣ କରିବା ସକାଶେ ଆଜି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ଛତ୍ରପୁର , ଚିକିଟି, ରଙ୍ଗେଇଲୁଣ୍ଡା, ଖଲିକୋଟ, ଗଂଜାମ ବ୍ଲକ ସମୁଦ୍ର ଠାରୁ ୫କିଲୋମିଟର  ମଧ୍ୟରେ ଥିବା ଅଂଚଳରେ  ସାମୁଦ୍ରିକ ଝଡ ବାତ୍ୟା ଦାଉରୁ ରକ୍ଷା ନିମନ୍ତେ ଝାଉଁ ଓ କାଜୁ ଗଛ ବହୁ ପରିମାଣରେ ଲଗାଇବା ନିମନ୍ତେ  ଆଲୋଚନା ହୋଇଥିଲ।।  ସଂପୃକ୍ତ ଅଂଚଳ ବିଡିଓ, ତହସିଲଦାର ଏବଂ ବନ ବିଭାଗ ମିଳିତ ସମନ୍ୱୟରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେବ । ତହସିଲଦାର ମାନେ ଉକ୍ତ ଅଂଚଳ ଗୁଡିକର ସରକାରୀ ଜମିକୁ ପ୍ରଥମେ ଚିହ୍ନଟ କରିବେ । ପରେ ସେଠାରେ ବୃକ୍ଷ ରୋପଣ କରାଯିବ । ଏହା  ସମୁଦ୍ର ଅଂଚଳରେପଡିଥିବା ପ୍ଲାଷ୍ଟିକ୍ ପଲଥିନ୍ ସଫା କରାଯିବା  ।  ଜୁଲାଇ ୭ତାରିଖ ଠାରୁ ସୋନପୁର ଠାରୁ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଏହି ବୈଠକ ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ସଙ୍କର ସ୍ୱାଇଁ, ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠୀ, ଏପିଡି ଦେବବ୍ରତ ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ ରାଉତରାୟ, ବ୍ରହ୍ମପୁର ଡିଭିଜନର  ଡିଏଫଓଙ୍କ ସମେତ ବିଡଓ , ତହସିଲଦାର ଏବଂ ବନବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ