ସମୁଦ୍ରରୁ ହରିଣ ଉଦ୍ଧାର
କୋଣାର୍କ, (ଗଣେଷ ବେହେରା):ସୋମବାର ଅପରାହ୍ନରେ ସମୁଦ୍ର କୁ ପାଣି ପିଇବାକୁ ଯାଇ ଏକ ହରିଣ ଭାସିଯିବା ସମୟରେ ସେଠାରେ ମୁତୟନ ଲାଇଫ ଗାର୍ଡ ହରିଣ ଟିକୁ ଉଦ୍ଧାର କରି ବନ ବିଭାଗ କୁ ହସ୍ତାନ୍ତର କରିଥିବା ଜଣାପଡିଛି। ଖବରରୁ ପ୍ରକାଶ ଯେ ବାଲୁଖଣ୍ଡ ଅଭୟାରଣ୍ୟ ଜଂଗଲରୁ ପାଣି ପିଇବାକୁ ଯାଇଥିବା ଏକ ହରିଣକୁ ଲାଇଫ ଗାର୍ଡ ଉଦ୍ଧାର କରି ବନବିଭାଗ କୁ ଦେବା ପରେ ସଂପୃକ୍ତ ହରିଣଟିର ଚିକିତ୍ସା କୋଣାର୍କ ପ୍ରାଣୀ ଚିକିତ୍ସା ଅଧିକାରୀ ଦ୍ରୁମନ କୁମାର ବେହେରା କରାଯାଇଛି। ଅତ୍ଯଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅସ୍ତବ୍ୟସ୍ତ ହୋଇ ବାଲୁଖଣ୍ଡ ଅଭୟାରଣ୍ୟ ଜଂଗଲରୁ ହରିଣ ମାନେ ଖାଦ୍ୟ ଅନ୍ବେଷଣରେ ଏଣେତେଣେ ପଳାଉଥିବା ନଜିର ରହିଛି। ଏ ସମ୍ପର୍କରେ କୋଣାର୍କ ବନ୍ଯପ୍ରାଣୀ ବନାଚଂଳ ଅଧିକାରୀ ବେଣୁଧର ବେହେରା ଙ୍କୁ ପଚାରିବାରେ ସେ କୁହନ୍ତି ଉଦ୍ଧାର ହରିଣ ଟିର ଚିକିତ୍ସା ପରେ ସୁସ୍ଥ ରହିଥିବା ସେ ପ୍ରକାଶ କରିଛନ୍ତି।