ସମୁଦ୍ରରେ ଓଲଟିଲା ଡଙ୍ଗା, ଧୀବର ନିଖୋଜ

ବ୍ରହ୍ମପୁର,(ଓ୍ୱାଇଏନ୍‌ଏସ୍‌): ମାଛ ଧରିବାକୁ ଗଭୀର ସମୁଦ୍ରକୁ ଯାଇଥିବାବେଳେ ଠିକ୍ ଏହି ସମୟରେ ମାଡିଆସିଲା ଝଡ ବର୍ଷା | ଫଳରେ ଓଲଟିପଡିଲା ଡଙ୍ଗା ଏବଂ ଡ଼ଙ୍ଗା ଭିତରେ ଥିବା ଧିବୀର ମାନେ | ସମୁଦ୍ର ଭିତରେ ଡ଼ଙ୍ଗା ଓଲଟି ଜଣେ ନିଖୋଜ ହୋଇଯାଇଥିବାବେଳେ ୪ଜଣ ପହଁରି ପହଁରି ସମୁଦ୍ର କୂଳକୁ ଫେରିଆସିଛନ୍ତି | ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଡ଼ମପେଟାରେ ଏଭଳି ଏକ ଘଟଣା ଘଟିଛି | ସୂଚନା ମୁତାବକ ଗତକାଲି ରାତିରେ ପୋଡ଼ମପେଟା ଗ୍ରାମର ୫ ଜଣ ଧୀବର ମାଛ ମାରିବାକୁ ଗଭୀର ସମୁଦ୍ରକୁ ଯାଇଥିବାବେଳେ ହଠାତ ବର୍ଷା ପବନ ମାଡ଼ିଆସିଥିଲା ।ବେଳାଭୂମିରୁ ୯ କିଲୋମିଟର ଯିବା ପରେ ଏଭଳି ଘଟିଥିଲା। ଫଳରେ ଭାରସାମ୍ୟ ହରାଇ ସମୂଦ୍ର ମଝିରେ ଡଙ୍ଗା ଫାଟି ଯିବା ସହ ଓଲଟି ଯାଇଥିଲା । ତେବେ ୪ଜଣ ମତ୍ସ୍ୟଜୀବୀ ପହଁରି ପହଁରି କୂଳରେ ପହଁଚିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣେ ନିଖୋଜ ଥିବା ସହ ଡ଼ଙ୍ଗା ଏବଂ ଜାଲ ର କୌଣସି ପତ୍ତା ମିଳୁନି । ଗ୍ରାମବାସୀମାନେ ଡ଼ଙ୍ଗା ସାହାଯ୍ୟରେ ନିଖୋଜ ଧୀବରଙ୍କୁ ଖୋଜିବାରେ ଲାଗିପଡିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ