ସମୁଦ୍ରରେ ଛାତ୍ର ନିଖୋଜ ଘଟଣା, ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲା ହେଲିକପ୍ଟର

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡି ଛାତ୍ର ନିଖୋଜ ଘଟଣାର ୨୪ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ଛାତ୍ରଙ୍କ ପତ୍ତା ମିଳିପାରି ନାହିଁ। ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦେଶ ଦିଆଯାଇଛି। ଏସଆରସି ନିର୍ଦେଶ କ୍ରମେ ହେଲିକପ୍ଟର ଯୋଗେ ଖୋଜା ଖୋଜି ଜାରି ରହିଛି।ଘଟଣାସ୍ଥଳରେ ଗଞ୍ଜାମ ଜିଲ୍ଲାପାଳ ଦିଵ୍ୟଜ୍ୟୋତି ପରିଡା ପହଂଚି ସ୍ଥିତି ପରଖି ଥିଲେ। ତଟ ରକ୍ଷା ବୋଟ ସମେତ ଓଡ୍ରାଫ, ଅଗ୍ନିଶମ ଟିମ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ସମେତ ଗ୍ରାମବାସୀ ମଧ୍ୟ ଉପସ୍ଥିତ ରହିଛନ୍ତି। ସୂଚନା ଥାଉ କି ଗତକାଲି ଅପରାହ୍ନ ୫ଟାରେ ୫ଜଣ ସାଙ୍ଗ ସମୁଦ୍ରରେ ଗାଧୋଉ ଥିବା ବେଳେ କେ. ଆର୍ଯ୍ୟପଲ୍ଲୀ ଗ୍ରାମର ହେମନସେନ ବେହେରା ଭାସି ଯାଇ ନିଖୋଜ ହୋଇଥିଲେ। ଏବେ ମଧ୍ୟ ଆକାଶପଥ ଓ ଜଳପଥରେ ଖୋଜା ଖୋଜି ଜାରି ରହିଛି। ହେମନସେନ ଡିପ୍ଲୋମା ଛାତ୍ର ଅଟନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ