ସମୁଦ୍ରରେ ୨୨୦କି.ମି ପହଁରିଲା କୁକୁର

ସାଧାରଣତଃ ଆପଣମାନେ ମଣିଷ ସାଇକେଲ, ବାଇକ୍ ଓ ଚାଲିଚାଲି ଯାତ୍ରା କରି ରେକର୍ଡ କରିଥିବାର ଖବର ଶୁଣିଥିବେ । କିନ୍ତୁ କେବେ ଆପଣ ଶୁଣିଛନ୍ତି କୌଣସି କୁକୁର ୨୨୦ କି.ମି ପର୍ଯ୍ୟନ୍ତ ଯାତ୍ରା କରିଥିବା ଖବର । ଆମେ ଆପଣଙ୍କୁ ଏମିତି ଏକ କୁକୁର ବିଷୟରେ କହିବାକୁ ଯାଉଛୁ ଯିଏକି ସମୁଦ୍ରରେ ୨୨୦ କିଲୋମିଟର ପର୍ଯ୍ୟନ୍ତ ପହଁରି ପହଁରି ଯାତ୍ରା କରିଥିଲା । ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକ୍ରେ ଏଭଳି ଘଟିଛି । ସ୍ଥାନୀୟ ମିଡିଆ ରିପୋର୍ଟସ୍ ମୁତାବକ, ଏକ କୁକୁର ମାଛ ଧରୁଥିବା ସମୟରେ ଜାହାଜରୁ ସମୁଦ୍ରକୁ ଖସି ପଡ଼ିଥିଲା । ଭୁଲ ଦିଗରେ ପହଁରିବା ହେତୁ କୂଳରୁ ୨୨୦କି.ମି ଦୂରକୁ ଚାଲିଯାଇଥିଲା । ପରେ କୁକୁରଟି ପହଁରି ପହଁରି କୂଳ ନିକଟରେ ପହଞ୍ଚିଥିଲା । ଏହା ପରେ ଉଦ୍ଧାରକାରୀ ଦଳ କୁକୁରକୁ ସମୁଦ୍ର ଭିତରୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ କୁକୁରକୁ ଫୁଲହାର ପିନ୍ଧାଇବା ସହ ଓ କର୍ମଚାରୀ କୁକୁର ନାମ “ବୁନରୋଡ’ ରଖିଥିଲେ । କୁକୁରଟି ଏତେ ସମୟ ସମୁଦ୍ର ଭିତରେ ଥିବାରୁ ତା’ର ସ୍ୱାସ୍ଥ୍ୟ ସାମାନ୍ୟ ବିଗିଡିଯାଇଛି । ଡାକ୍ତର ତାହାର ଚିକିତ୍ସା ଜାରି ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ