ସମୁଦ୍ର ସେତୁ : ଇରାନରୁ ନାଗରିକଙ୍କ ସ୍ଥାନାନ୍ତରଣ ଆରମ୍ଭ କଲା ନୌସେନା

ନୂଆଦିଲ୍ଲୀ : ଷୋମବାର ଠାରୁ ଭାରତୀୟ ନୌସେନା ସମୁଦ୍ର ସେତୁ ଅଭିଯାନରେ ଭାରତୀୟମାନଙ୍କୁ ସ୍ଵଦେଶ ଫେରାଇ ଆଣିବା କାର୍ଯ୍ୟ ପୁଣି ଆରମ୍ଭ କରିଛି । ଭାରତୀୟ ନୌସେନା ଜାହାଜ ଆଇଏନଏସ ଜଳଶ୍ୱ ଏବଂ ମଗର ମାଳଦୀପ ଏବଂ ଶ୍ରୀଲଙ୍କାରେ ଫସି ରହିଥିବା ୨୮୭୪ ଜଣ ଭାରତୀୟଙ୍କୁ କୋଚି ଏବଂ ତୁତିକୋରିନରେ ପହଞ୍ଚାଇଛନ୍ତି । ସମୁଦ୍ର ସେତୁର ପରବର୍ତ୍ତୀ ପର୍ଯ୍ୟାୟ ସ୍ୱରୂପ ଆଜି ୦୮.୦୬.୨୦୨୦ ଭାରତୀୟ ନୌସେନା ଜାହାଜ ଆଇଏନଏସ ଶାର୍ଦ୍ଦୁଳ ଇରାନର ବନ୍ଦର ଅବ୍ବାସରୁ ଭାରତୀୟମାନଙ୍କୁ ଗୁଜୁରାଟର ପୋରବନ୍ଦରରେ ପହଞ୍ଚାଇବ । ଯେଉଁ ଭାରତୀୟମାନେ ଆସିବେ ଇରାନରେ ଥିବା ଭାରତୀୟ ଦୂତାବାସ ସେମାନଙ୍କ ଏକ ତାଲିକା ପ୍ରସ୍ତୁତ କରିଛି । ଆଇଏନଏସ ଶାର୍ଦ୍ଦୁଳର ବୋର୍ଡରେ ସାମାଜିକ ଦୂରତା ରକ୍ଷା, ଅତିରିକ୍ତ ଚିକିତ୍ସା ସୁବିଧା, ଔଷଧ ଭଣ୍ଡାର ପିପିଇ ଏତ୍ୟାଦି ସହ ଡାକ୍ତରୀ ଉପକରଣ ଓ ଚିକିତ୍ସକ ସୁବିଧା ମହଜୁଦ ଅଛି । ସ୍ଥାନାନ୍ତରିତ ହେଉଥିବା ସମସ୍ତଙ୍କ ପାଇଁ ମୌଳିକ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରାଯିବ । ଆବଶ୍ୟକ ହେଲେ ସଙ୍ଗରୋଧ ଗୃହର ମଧ୍ୟ ବ୍ୟବସ୍ଥା ରହିଛି । ତେବେ ଲକ୍ଷଣ ଥିବା ଓ ନଥିବା ନିର୍ବିଶେଷରେ ସମସ୍ତ ଯାତ୍ରୀଙ୍କ ପାଇଁ କୋଭିଡ ନିୟମାବଳୀ ମାନିବାକୁ ହେବ । ପୋର ବନ୍ଦର ପହଞ୍ଚିବା ପରେ ସମସ୍ତ ସ୍ଥାନାନ୍ତରିତ ବ୍ୟକ୍ତିଙ୍କୁ ଗୁଜରାଟ ରାଜ୍ୟ ସରକାରଙ୍କ ଜିମାରେ ଛଡା ଯିବାର କାର୍ଯ୍ୟକ୍ରମ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ