ସମ୍ପତ୍ତି ପାଇଁ ପୁଅ ମାକୁ ରକ୍ତାତ ଆକ୍ରମଣ, ଥାନାରେ ଏତଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଏକ ଦାରୁଣ ଦୁଃଖଦ ଘଟଣା ଘଟିଥିବାର ସୂଚନା ମିଳିଛି. ଜନ୍ମ ଦେଇଥିବା ମାକୁ ସମ୍ପତ୍ତି ଲୋଭରେ ପୁଅ ରକ୍ତାତ ଆକ୍ରମଣ କରିଛି. କୌଣସି ସାହା ନ ପାଇ ମା ପୋଲିସ ଥାନାରେ ଆଶ୍ରୟ ନେଇଛି. ଘଟଣାରୁ ପ୍ରକାଶ,ପାରଳାଖେମୁଣ୍ଡି ସହରର ସୁବାଷନଗର-ହାଟପଦା ରାସ୍ତାରେ ଥିବା ଅର୍ଣ୍ଣପୂର୍ଣ୍ଣା ନଗର-୨ ରେ ଜଣେ ପୁଅ ସମ୍ପତ୍ତି ପାଇଁ ନିଜ ମାଆକୁ ମାରି ଲହୁଲୁହାଣ କରିଛି । ଏପରି ଘଟଣା ପାରଳାଖେମୁଣ୍ଡି ସହରରେ ଚର୍ଚ୍ଚାର ବିଷୟ ପାଲଟି ଅଛି । ବୃଦ୍ଧା ମାଆ ହେମଲତା ସାହୁ କାନ୍ଦି କାନ୍ଦି କହୁଛନ୍ତି ଯେ, ମୋ ପୁଅ କବଳରୁ ମତେ ମୁକ୍ତି ଦିଅନ୍ତୁ ଏବଂ ଏମିତି ପୁଅ ଭଗବାନ୍‌ କାହାକୁ ନ ଦିଅନ୍ତୁ । ନିଜ ବଡପୁଅ ସୁଶାନ୍ତ କୁମାର ସାହୁଙ୍କ ପାଇଁ ଜଣେ ନିର୍ଯାତିତା ମାଆ ଏଭଳି କହିଛନ୍ତି । ସମ୍ପତ୍ତି ପାଇଁ ପରିଣତ ବୟସରେ ମାଆକୁ ମାଡ ମାରି ରକ୍ତାକ୍ତ କରିଛି ପୁଅ । ମୁଣ୍ଡ ଫଟାଇ ଦେଇଛି । ନିର୍ଦ୍ଧୁମ ଛେଚିଛି ଘାଇଲା କରିଛି ପିଚାଶ ରୂପ ଧାରୀ ପୁଅ ସୁଶାନ୍ତ । ପାଠପଢି ରୋଜଗାର କରିବା ପରେ ନିଜ ମାଆକୁ ସମ୍ପତ୍ତି ପାଇଁ ବାରମ୍ବାର ମାରପିଟ୍‌ କରିବା ଆରମ୍ଭ କରିଥିଲା । ହେଲେ ଏଥର ଅତ୍ୟାଧକ ମାରିଥିବାର ପ୍ରକାଶ କରିଛନ୍ତି ହେମଲତା । ଘଟଣା ନେଇ ହେମଲତା ପୁଅ ସୁଶାନ୍ତ ନାମରେ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଏତଲା ଦେଇଛନ୍ତି । ଘଟଣା ଥାନାରେ ପହଞ୍ଚିବା ପରେ ପିଶାଚ ପୁଅ ବିରୋଧରେ ୨୦୯/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଥିବାର ଏସ୍.ଆଇ. ପଞ୍ଚାନନ ବେହେରା ସୂଚନା ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ