ସମ୍ପନ୍ନ ହେଲା ମହାପ୍ରଭୁଙ୍କ ଅଧରପଣା ନୀତି

ପୁରୀ : ପୁରୀରେ ସମ୍ପନ୍ନ ହୋଇଛି ମହାପ୍ରଭୁଙ୍କ ଅଧରପଣା ନୀତି । ଶ୍ରୀବିଗ୍ରହଙ୍କ ଆଗରେ ଅଧର ଉଚ୍ଚର ପଣା ହାଣ୍ଡି ପ୍ରସ୍ତୁତ ହୋଇ ରହିଥିଲା। ୩ ରଥରେ ୯ଟି ମାଟିପାତ୍ରରେ ପଣା ପ୍ରସ୍ତୁତ ହୋଇଥିଲା। ତିନିରଥରେ ପୂଜାର୍ଚ୍ଚନା ପରେ ଭଙ୍ଗାଯାଇଥିଲା ହାଣ୍ଡି। ମଧ୍ୟାହ୍ନ ଧୂପ ପରେ ତିନି ରଥରେ ଏହି ନୀତି ଆରମ୍ଭ ହୋଇଥିଲା। ମହାପ୍ରଭୁଙ୍କୁ ପଣା ଲାଗି ହେବା ପରେ ଏହାକୁ ରଥ ଉପରେ ଢାଳିବା ପରମ୍ପରା ରହିଛି । ରଥର ପାର୍ଶ୍ୱ ଦେବଦେବୀ ଓ ଚଣ୍ଡୀଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଏହି ଅଧରପଣା ଢଳାଯାଇଥାଏ ବୋଲି ବିଶ୍ୱାସ ରହିଛି । ଆସନ୍ତାକାଲି ମହାବାହୁଙ୍କ ନୀଳାଦ୍ରି ବିଜେ ହେବ। ରତ୍ନ ସିଂହାସନକୁ ଫେରିବେ ଚତୁର୍ଦ୍ଧାମୂତ୍ତି । ଗତକାଲି ତିନି ଠାକୁର ଦୁର୍ଲ୍ଲଭ ସୁନାବେଶରେ ଦର୍ଶନ ଦେଇଥିଲେ । ମହଣ ମହଣ ସ୍ୱର୍ଣ୍ଣ ଓ ମୋତି, ମାଣିକ୍ୟ ଖଚିତ ଅଳଙ୍କାରରେ ମହାପ୍ରଭୁ ସଜ୍ଜିତ ହୋଇ ଦର୍ଶନ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ