ସମ୍ପର୍କୀୟ ଭାଇର କାତି ଚୋଟରେ ଜଣେ ଗୁରୁତର

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):ଗାଙ୍ଗପୁର ଥାନା ଅନ୍ତର୍ଗତ ଖଇରପୁଟି ଗ୍ରାମରେ ସାମାନ୍ୟ ବଚସାକୁ ନେଇ ସମ୍ପର୍କୀୟ ଭାଇଙ୍କ କାତି ମାଡରେ ଗୁରୁତର ଆହତ ହୋଇ ଭଞ୍ଜନଗର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।ଖବର ନେବାରୁ ଜଣାପଡିଛି ଯେ ଖଇରପୁଟି ଗ୍ରାମର ରାସନ ଦୋକାନ ଦେଇଥିବା ଚନ୍ଦ୍ରମଣି ସ୍ୱାଇଁ (୬୫) ତାଙ୍କ ସମ୍ପର୍କୀୟ ଭାଇ ରତ୍ନାକର ସ୍ୱାଇଁ (୭୦) ଆଜି ଅପରାହ୍ନ ୫ ଘଣ୍ଟା ସମୟରେ।କୌଣସି ଏକ ଛୋଟିଆ କଥାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା ।ଉତକ୍ଷିପ୍ତ ହୋଇ ରତ୍ନାକର ଘରକୁ ଯାଇ ଗୋଟିଏ କାତି ଆଣି ଚନ୍ଦ୍ରମଣି ଙ୍କ ମୁଣ୍ଡକୁ ହାଣି ଦେଇଥିଲା।ରକ୍ତ ଜୁଡୁବୁଡୁ ଅବସ୍ଥାରେ ରତ୍ନାକରକୁ ଗ୍ରାମବାସୀ ଉଦ୍ଧାର କରି ଭଞ୍ଜନଗର ମେଡିକାଲ ଭର୍ତ୍ତି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ