ସମ୍ପର୍କ ବିଚ୍ଛେଦ ପୂର୍ବରୁ ଆସିଥାଏ କିଛି ସଙ୍କେତ

ପାର୍ଟନରଙ୍କ ମଧ୍ୟରେ ପ୍ରାୟ ସମୟ ଛୋଟବଡ଼ କଥାକୁ ନେଇ ଝଗଡା ହୋଇଥାଏ । ପରେ ପୁଣି ଏହାର ସମାଧାନ କରି ସେମାନେ ପୂର୍ବ ପରି ମିଶିଥା’ନ୍ତି । ମାତ୍ର ସବୁ ସମୟରେ ଏହା ଭାବିବା ଭୁଲ, ଯେଉଁଠି ଏହି ଛୋଟଛୋଟ ମନାମାଳିନ୍ୟରେ ସମ୍ପର୍କ ଭାଙ୍ଗିବାର ଆଶଙ୍କା ଦେଖାଯାଇଥାଏ । ତେବେ ଏହିସବୁ ଘଟଣାରେ କେତେକ ସଙ୍କେତ ଅଛି, ଯାହା ସୂଚାଏ ଆପଣଙ୍କ ପାର୍ଟନର ଆପଣଙ୍କଠାରୁ ଦୂରେଇ ଯାଉଛନ୍ତି ବୋଲି ।
ପ୍ରଥମ, ଯଦି ପାର୍ଟନର ଆପଣଙ୍କୁ କଥା ଶେୟାର ନ କରନ୍ତି । ସମସ୍ତେ ସେମାନଙ୍କ ପାର୍ଟନରଙ୍କୁ ଅଧିକ ନିଜର ଭାବିଥାନ୍ତି । ସବୁ କଥା ସେମାନଙ୍କୁ କହୁଥିବାବେଳେ ସମ୍ପର୍କ ବିଚ୍ଛେଦ ପୂର୍ବରୁ ଏହିସବୁ କଥା କହିବା ବନ୍ଦ କରି ଦେଇଥାଆନ୍ତି ।
ଯଦି ପ୍ରତିଟି କଥାରେ ଉଭୟଙ୍କ ମଧ୍ୟରେ ଝଗଡା ହୁଏ ଏବଂ ସମାଧାନର ନାଁ ନ ନିଏ, ତେବ ଜାଣନ୍ତୁ ସମ୍ପର୍କର ଶେଷ ସମୟ ଚାଲିଲାଣି ।
ଅନେକ ସମୟରେ ସମ୍ପର୍କ ବିଚ୍ଛେଦ କଥା ଉଠିବା ପରେ ମଧ୍ୟ ଯଦି ପାର୍ଟନରଙ୍କୁ ଏ ସମ୍ପର୍କରେ କୌଣସି ଭାବନା କିମ୍ବା ପଶ୍ଚାତ୍ତାପ ନ ଆସେ, ତେବେ ଜାଣନ୍ତୁ ତାହା ଖୁବ୍ କମ୍ ଦିନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ