ସମ୍ବର୍ଦ୍ଧନା ଉତ୍ସବ

ବାରିକପୁର, (ଯୁଗାବ୍ଦ ନ୍ୟୁଜ):ଭଣ୍ଡାରିପୋଖରୀ ବ୍ଲକ ଶାରଦା ବିଦ୍ୟାମନ୍ଦିର ମଞ୍ଜୁରୀ ଠାରେ ପ୍ରଧାନଆଚାର୍ଯ୍ୟ ନିର୍ମଳ କୁମାର ସେନାପତିଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷକ ଫକୀର ଚରଣ ଧଳ ଓ ସମ୍ମାନୀତ ଅତିଥି ଭାବେ ସରପଞ୍ଚ ସୁଜାତା ସାହୁ ଯୋଗଦେଇ ଶାରଦା ବିଦ୍ୟାମନ୍ଦିରର ଶିକ୍ଷା ପ୍ରଣାଳୀ ତଥା ଗୁରୁଜୀ ଗୁରୁମା ମାନଙ୍କର ନିଷ୍ଠାପର ଶିକ୍ଷାଦାନ ପଦ୍ଧତି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଅତିଥି ଦ୍ୱୟ ଗୁରୁମା ସନ୍ତୋଶିନୀ ନାୟକ ଓ ସସ୍ମିତା ମହାନ୍ତିଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ। ଗୁରୁଜୀ ସନ୍ତୋଷ ପ୍ରଧାନ ଅତିଥି ପରିଚୟ, ଗୁରୁମା କବିତା ପ୍ରଧାନ ମାନପତ୍ର ପାଠ କରିଥିବା ବେଳେ ଦମୟନ୍ତୀ ବେହେରା ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ଜ୍ୟୋତିରାଣୀ ରାଉତ, ପ୍ରଭାତୀ ବହଳିଆ, ଦମୟନ୍ତୀ ଦାସ, ସବିତା ରାଉତ, ରତ୍ନାକର ରାଉତ, କେଶବ ଚନ୍ଦ୍ର ସେଠୀ, ଲିପିଲତା ସାହୁ ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ