ସମ୍ବଲପୁରରେ ହୋଇଥିବା ଏକ ବଡ ଧରଣର ଡକାୟତିରେ ସଂପୃକ୍ତ ସଦର ଥାନା ଅଂଚଳର ୬ଜଣ ଗିରଫ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଗତ ୫ଦିନ ତଳେ ହୋଇଥିବା ଏକ ବଡ ଧରଣର ଡକାୟତି ଘଟଣାରେ କେନ୍ଦ୍ରାପଡା ସଦର ଥାନା ଅଂଚଳର କେତେକ କୁଖ୍ୟାତ ଢକାୟତ ସଂପୃକ୍ତ ଥିବାରୁ ସମ୍ବଲପୁର ଜିଲ୍ଲାରୁ ଏଠାକୁ ଏକ ସ୍ୱତନ୍ତ୍ର ପୋଲିସ ଟିମ ଆସିଥିଲେ । ଅଭିଯୋଗ ଅନୁଯାଇ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଥାନା ଅଂଚଳରେ ଗତ ୫ଦିନ ତଳେ ଏକ ବଡ ଧରଣର ଡକାୟତି ହୋଇ ସୁନାଗହଣା,ମୂଲ୍ୟବାନ ଆସବାବପତ୍ର ଓ ନଗଦ ଟଙ୍କା ସମେତ ୭୫ଲକ୍ଷ ଟଙ୍କାର ଡକାୟତି ହୋଇଥିଲା । ସେହି ଡକାୟତି ଘଟଣାରେ କେନ୍ଦ୍ରାପଡା ସଦର ଥାନା ଅଚଂଳର କେତେକ କୁଖ୍ୟାତ ଡକାୟତ ସଂପୃକ୍ତ ଥିବା ସମ୍ପର୍କରେ ଜାଣିବା ପରେ କୁଚିଣ୍ଡା ଥାନାର ଭାରପ୍ରାପ୍ତ ଇନିସପେକ୍ଟରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଟିମ ଏଠାରେ ପହଁଚି ସଦର ଥାନା ପୋଲିସର ସହାୟତାରେ ୧୨ଜଣଙ୍କୁ ଉଠାଇ ଆଣି ପଚରାଉଚୁରା କରିବା ପରେ ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ ଏଠାରୁ ନେଇ ସମ୍ବଲପୁର ଫେରିଯାଇଥିବା ସୂଚନା ମିଳିଛି ।


