ସମ୍ବଲପୁର ନାକଟିଦେଉଳରେ ‘ଦୁଗ୍ଧ ଶୀତଳୀକରଣ କେନ୍ଦ୍ର’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର, (ଲିପନ ନାଏକ ):୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ଲାଣ୍ଟରେ ଦୈନିକ ମୋଟ ୨୦୦୦ ଦୁଗ୍ଧ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ମଙ୍ଗଳବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଠାରେ ଏକ ‘ଦୁଗ୍ଧ ଶୀତଳୀକରଣ କେନ୍ଦ୍ର’ ଉଦଘାଟିତ ହୋଇଯାଇଛି । ଶ୍ରୀ ପ୍ରଧାନ ଏହି ଅବସରରେ କହିଛନ୍ତି ସମ୍ବଲପୁର ଜିଲ୍ଲାରେ ଦୁଗ୍ଧ ଚାଷର ଅନେକ ସମ୍ଭାବନା ଅଛି । ଏହି ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ନିର୍ମାଣ ପାଇଁ ମୋଟ ୪୦ ଲକ୍ଷ ଟଙ୍କା ନିବେଶ କରାଯାଇଛି ଏବଂ ଦୈନିକ ମୋଟ ୨୦୦୦ ଲିଟର ଦୁଗ୍ଧ ସଂଗ୍ରହର ବ୍ୟବସ୍ଥା କରାଯାଇଛି । ଆଜି ଲୋକାର୍ପିତ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଦ୍ଵାରା ଅଞ୍ଚଳବାସୀ ବିଶେଷ ଭାବରେ ଛାତ୍ରଛାତ୍ରୀମାନେ ପୁଷ୍ଟିକର କ୍ଷୀର ପାଇପାରିବେ । ରୋଜଗାରର ଏକ ମାଧ୍ୟମ ଭାବେ ଦୁଗ୍ଧ ଚାଷୀମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ ହେବ । ଆଜିର ପଦକ୍ଷେପ ସମ୍ବଲପୁର ଜିଲ୍ଲାରେ ଦୁଗ୍ଧ ଉତ୍ପାଦନ କ୍ଷମତା ବୃଦ୍ଧି ସହ ଏହି ବର୍ଗର ଚାଷୀଙ୍କ ଆର୍ଥିକ ସମ୍ବଳକୁ ସଶକ୍ତ କରିବ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଆମ ଦେଶ ଦୁଗ୍ଧ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇଛି । ଦୁଗ୍ଧ ଚାଷୀଙ୍କ ପାଇଁ ସ୍ଵତନ୍ତ୍ର ପ୍ରୋତ୍ସାହନ, ସରକାରୀ ସହାୟତା ସହ ଅନେକ ଜନକଲ୍ୟାଣକାରୀ ଯୋଜନା ଦ୍ଵାରା ଗୋପାଳନ କରି ଚାଷୀଙ୍କ ଆର୍ଥିକ ସ୍ଥିତିକୁ ମଜଭୁତ କରାଯାଉଛି । ଆଗାମୀ ଦିନରେ ସମ୍ବଲପୁର ଗୋଶାଳା ସ୍ଥିତ ଓମଫେଡ ପ୍ଲାଣ୍ଟର ସମ୍ପ୍ରସାରଣ କରାଯିବ । ସେହି ପ୍ଲାଣ୍ଟରୁ ପାଉଡର କ୍ଷୀର, ଦହି, ଚକୋଲେଟ୍, ପନିର, ଆଇସକ୍ରିମ୍ ସମେତ କ୍ଷୀରରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେବ । ରାଜ୍ୟ ସରକାରଙ୍କ ତରଫରୁ କାମଧେନୁ ଯୋଜନାରେ ଆଗାମୀ ଦିନରେ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯିବ । ଓଡ଼ିଶା ସରକାରଙ୍କ ଦ୍ୱାରା ସବୁ ପଞ୍ଚାୟତରେ ଦୁଗ୍ଧ ସମବାୟ ସମିତି ଗଠନ ହେବ । ଶ୍ରୀ ପ୍ରଧାନ କହିଥିଲେ ଦେଶର ମୋଟ ୭୦୦୦ ବ୍ଲକ ମଧ୍ୟରୁ ମୋଟ ୫୦୦ଟି ଆକାକ୍ଷୀ ବ୍ଲକର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତଦାରଖ କରୁଛନ୍ତି, ଯେଉଁଥିରେ ନାକଟିଦେଉଳ ବ୍ଲକ ସାମିଲ ଅଛି । ଏଠାରେ ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ମୌଳିକ ସୁବିଧାକୁ ଉପଲବ୍ଧ କରାଇବା ଦିଗରେ ବିଜେପିର ଡବଲ ଇଞ୍ଜିନ ସରକାର କାମ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ