ସମ୍ବାଦପତ୍ର ମହାସଂଘର ରାଷ୍ଟ୍ରୀୟ ପରିଷଦ ବୈଠକରେ ଦାବି

ଭୁବନେଶ୍ୱର, ୨୫ ହଜାରରୁ କମ ପ୍ରସାରଣ ଥିବା ସମ୍ବାଦପତ୍ରଗୁଡ଼ିକୁ ଜିଏସଟି ପରିସରଭୁକ୍ତ ନ କରିବାକୁ ଉତ୍ତରପ୍ରଦେଶର କାନପୁର ଠାରେ ଅନୁଷ୍ଠିତ ହେ।ଇଥିବା ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ରାଷ୍ଟ୍ରୀୟ ପରିଷଦ ବୈଠକରେ ଦାବି କରାଯାଇଛି । ସଂଗଠନର ବରିଷ୍ଠ ନେତା ଅଶେ ।କ ଚତୁର୍ବେଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପରେ ।କ୍ତ ନିଷ୍ପତ୍ତି ନେବା ସହ ଏ ସମ୍ପର୍କରେ ଭାରତ ବର୍ଷର ବିଭିନ୍ନ ରାଜ୍ୟ ସଂଗଠନ ପକ୍ଷରୁ କେନ୍ଦ୍ର ଅର୍ଥମନ୍ତ୍ରୀ, ଜିଏସଟି ପରିଷଦର ମୁଖ୍ୟ ଏବଂ ପ୍ରେସ କାଉନସିଲ ଅଫ୍ ଇଣ୍ଡିଅ ।ର ଦୃଷ୍ଟି ଅ ।କର୍ଷଣ କରିବା ପାଇଁ ସମସ୍ତ ରାଜ୍ୟ କମିଟିକୁ ନିବେଦନ କରାଯାଇଥିଲା ।
ଏଠାରେ ଉଲ୍ଲେଖ କରାଯାଇପାରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ୪୦ ଲକ୍ଷ ଟଙ୍କା ପଯର୍‌ୟନ୍ତ ବ୍ୟବସାୟ କରୁଥିବା ଜିଏସଟି ଛାଡ଼ ଥିବା ବେଳେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକୁ ମଧ୍ୟ ଛାଡ଼ କରିବା କ୍ଷେତ୍ରରେ କୌଣସି ସମସ୍ୟା ନାହିଁ ବେ ।ଲି କୁହାଯାଇଥିଲା । ଅନ୍ୟାନ୍ୟ ପ୍ରସ୍ତାବରେ ଏହି କ୍ଷେତ୍ରରେ ଜିଏସଟିର ପ୍ରତିବନ୍ଧକ ଥିବାରୁ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଗୁଡ଼ିକ ବିଜ୍ଞାପନ ପାଇବାରୁ ବଂଚିତ ହେଉଛନ୍ତି । ଜିଏସଟିର ଅ।ଳ ଦେଖାଇ କର୍ପୋରେଟ ହାଉସମାନେ ଏହି ସମ୍ବାଦପତ୍ରଗୁଡ଼ିକୁ ବିଜ୍ଞାପନ ପ୍ରଦାନ କରୁନାହାନ୍ତି । ତେଣୁ ଏହି ଅ ।ଇନ କାଯର୍‌ୟକାରୀ ହେଲେ ସମ୍ପ୍ରତି ସମ୍ବାଦପତ୍ରଗୁଡ଼ିକ ସୁବିଧା ସୁଯେ ।ଗରୁ ବଂଚିତ ହେବେ ନାହିଁ । ପ୍ରଥମେ ସଂଗଠନର ସଭାପତି କେଶବ ଦତ୍ତ ଚାନ୍ଦେ ।ଲା ଅସୁସ୍ଥତା ଥିବା ସତ୍ତେ୍ୱ ସଦସ୍ୟମାନଙ୍କୁ ସ୍ୱାଗତ କରିଥିଲେ । ସଂଗଠନର ସମ୍ପାଦକ ଲାଲସିଂ ଟେରନ ଗତ ମାର୍ଚ୍ଚ ୩୦-୩୧ ଦୁଇଦିନ ଧରି ଗେ ।ପାଳପୁର ଠାରେ ଅନୁଷ୍ଠିତ ହେ ।ଇଯାଇଥିବା ରାଷ୍ଟ୍ରୀୟ ପରିଷଦ ବୈଠକର ପ୍ରସ୍ତାବ ଉପରେ ଅ ।ଲେ ।ଚନା କରାଯାଇଥିଲା । ସାଧାରଣ ସମ୍ପାଦକ ଭାବେ ଶଙ୍କର କତିରା ନିର୍ବାଚିତ ହେ ।ଇଥିବା ବେଳେ ସମ୍ପାଦକ ଭାବେ ଲାଲସିଂ ଟେରନ (ଅ ।ସାମ), କଣ୍ଡଲ ରାଓ (ଅ।ନ୍ଧ୍ରପ୍ରଦେଶ), କେ।ଷାଧ୍ୟକ୍ଷ ଭାବେ ଭଗବତୀ ଚାନ୍ଦେ।ଲା ନିର୍ବାଚିତ ହେ ।ଇଥିବା ବେଳେ ସମସ୍ତ ରାଜ୍ୟ କମିଟିକୁ ପୁନର୍ଗଠିତ କରାଯାଇଥିଲା । କେତେକ ରାଜ୍ୟରେ ଦେଖା ଦେଇଥିବା ପେ।ଷ୍ଟାଲ ସମସ୍ୟା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଜ୍ଞାପନ ନୀତି ସମ୍ପର୍କରେ ମଧ୍ୟ ଅ ।ଲେ ।ଚନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାରୁ ସଭାପତି ରବି ରଥଙ୍କ ସମେତ ଉପସଭାପତି ଭଜରାମ ମହାପାତ୍ର, ସୀତା ମହାପାତ୍ର, ଶ୍ୟାମସିଂ ପାୱାର, ଡ଼. ଅନନ୍ତ ପ୍ରସାଦ ଶର୍ମା, ମୟୂର ଅ।ର. ବରିଚ୍ଛା, ଏମ. ଅରୁଣା, କେ. ଭେଙ୍କଟ ରେଡ଼ୀ ପ୍ରମୁଖ ଭାରତ ବର୍ଷର ବିଭିନ୍ନ ସ୍ଥାନରୁ ଶତାଧିକ ସମ୍ପାଦକ ଯେ ।ଗ ଦେଇଥିଲେ । ଇତିମଧ୍ୟରେ ପରଲେ।କ ଘଟି ଯାଇଥିବା ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ସମ୍ପାଦକଙ୍କ ନିମନ୍ତେ ଶେ।କ ପ୍ରକାଶ କରାଯାଇ ସ୍ୱର୍ଗତ ଅ ।ତ୍ମାର ସଦଗତି କାମନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ