ସମ୍ବାଦପତ୍ର ଲୋକ ମାନଙ୍କର ସ୍ୱର ହେବା ଆବଶ୍ୟକ

ହାଟଡ଼ିହି, : ହାଟଡିହି ବ୍ଲକ ମୁଗୁପୁର ଦୁର୍ଗା ପଡିଆ ଠାରେ ମୁଗୁପୁର ସମାଚାରର ୮ମ ସ୍ୱନକ୍ଷତ୍ର ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ବିଶିଷ୍ଟ ଐତିହାସିକ, ଗବେଷକ,ଡ. ପ୍ରଫୁଲ ଚନ୍ଦ୍ର ତ୍ରିପାଠୀ, ମୁଖ୍ୟ ଅତିଥିଭାବେ ପୁର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗା, ମୁଖ୍ୟବକ୍ତା ଭାବେ କନକ ନିଉଜର ବରିଷ୍ଠ ସାମ୍ବାଦିକ ତଥା ଖବର ଉପସ୍ଥାପକ ସଂଗ୍ରାମ କେଶରୀ ଷଡଙ୍ଗୀ, ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଡାକ୍ତର ତଥା ସମ ହସପିଟାଲ ଓ ଭେଷଜ ମହାବିଦ୍ୟାଳୟର ଡିନ୍ ଗଙ୍ଗାଧର ସାହୁ, ଆନନ୍ଦପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଡ. ଶମ୍ବୁନାଥ ରାଉତ, ଆନନ୍ଦପୁର ପେସକ୍ଲବ ସଭାପତି ଗୋପାଳକୃଷ୍ଣ ରାଉତ ପ୍ରମୁଖ ଯୋଗଦେଇ ସମ୍ବାଦପତ୍ର ଲୋକମାନଙ୍କର ସ୍ୱର ହେଉ ବୋଲି ମତବ୍ୟକ୍ତ କରିବା ସହ ସମ୍ବାଦପତ୍ର ହେଲା ସମାଜର ଦର୍ପଣ ତେଣୁ ସାମ୍ବାଦିକ ମାନେ ନିଜ ସ୍ୱାର୍ଥରୁ ଦୁରରେ ରହି ସତ୍ୟ ଖବର ପ୍ରକାଶ କରିବାକୁ ଚେଷ୍ଟା କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ଏହି ଅବସରରେ ‘ଗଣତନ୍ତ୍ରରେ ଆଞ୍ଚଳିକ ଖବରକାଗଜର ଭୁମିକା’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହେବାସହ ମୁଗୁପୁର ସମାଚାରର ଅଷ୍ଟମ ସ୍ୱନକ୍ଷତ୍ର ସଂଖ୍ୟାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ମୁଗୁପୁର ସମାଚାର ତଥା ସମର୍ଥ ଫାଉଣ୍ଡେସନର ସମ୍ପାଦକ ମଦନ ମୋହନ ପାଢ଼ୀ ସମ୍ପାଦକୀୟ ବିବରଣୀ ପାଠ କରିବା ସହିତ ସାମାଜିକ ଗଣମାଧ୍ୟମର ପ୍ରଚାର ପ୍ରସାର ସତ୍ତେ୍ୱ ମୁଦ୍ରିତ ଗଣମାଧ୍ୟମର ଆଜି ବି ପ୍ରାସଙ୍ଗିକତା ରହିଛି ବୋଲି ମତଦେଇଥିଲେ । ସହ ସମ୍ପାଦକ ଅରବିନ୍ଦ ତ୍ରିପାଠୀ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଖବରକାଗଜ ଏକ ସେତୁପରି କାର୍ଯ୍ୟ କରିଥାଏ, ତତ୍ସହିତ ସମାଜ ପ୍ରତି ସାମାଜିକ ଉତ୍ତର ଦାୟିତ୍ୱ ମଧ୍ୟ ସମ୍ବାଦପତ୍ର ନିର୍ବାହ କରିବା ଉଚିତ ବୋଲି କହିଥିଲେ । ମୁଗୁପୁର ସମାଚାରର ପ୍ରକାଶକ ସୁରେନ୍ଦ୍ର କୁମାର ସାହୁ ସମର୍ଥ ଫାଉଣ୍ଡେସନ କିପରି ସାମାଜିକ କାର୍ଯ୍ୟ କରିବା ସହିତ ଖବରକାଗଜ ମାଧ୍ୟମରେ ସାମାଜିକ କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରିବ ତାହା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଖବରକାଗଜର ଉପଦ୍ଦେଷ୍ଟା ଜୟନାରାୟଣ ଜଗଦେବ ମହାପାତ୍ର, କୈଳାଶ ଚନ୍ଦ୍ର ସାହୁ, ନୃଷିହଂ ଚରଣ ପଣ୍ଡାଙ୍କୁ ସମ୍ବର୍ଦ୍ଧିର୍ତ କରାଯାଇଥିବାବେଳେ ଅବସରପ୍ରାପ୍ତ ଡାକ କର୍ମଚାରୀ ସୁଶୀଲ କୁମାର ସାହୁ, କାନପୁର ଗ୍ରାମର ଗୋପବନ୍ଧୁ ଭାବେ ପରିଚିତ ସମାଜସେବୀ ଗଙ୍ଗାଧର ରାଉତ, ଡାକ୍ତର କ୍ଷୀରୋଦ ଚନ୍ଦ୍ର ସାହୁ, ରକ୍ତଦାତା ଶରତ ଚନ୍ଦ୍ର ପାତ୍ର,ସାହିତ୍ୟିକ ଶ୍ରୀକାନ୍ତ ପଟ୍ଟନାୟକ, ଅବସରପ୍ରାପ୍ତ ଡାକ୍ତର ଗଙ୍ଗାଧର ସାହୁ, ପୁର୍ବତନ ସରପଞ୍ଚ ଶଙ୍କର୍ଷଣ ପାତ୍ର, କ୍ଷୁଦ୍ରଶିଳ୍ପ ପରିଚାଳିକା ସତ୍ୟଭାମା ସାହୁ, ସମାଜସେବୀ ସୁମନ ପାତ୍ର, ଶିଶୁ ସାହିତ୍ୟିକା ବିଦ୍ୟୁତପ୍ରଭା ଦେଓ, ସଂଯୋଜିକା ସନ୍ଧ୍ୟାରାଣୀ ପୃଷ୍ଟିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଯନ୍ତ୍ରୀ ଲକ୍ଷ୍ମୀଧର ଜେନା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଚନ୍ଦନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ସମର୍ଥ ଫାଉଣ୍ଡେସନର ସମସ୍ତ ସଦସ୍ୟ ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ