ସମ୍ବାଦିକା ଡି. ହେମଲତାଙ୍କୁ ମହିଳା ଶାନ୍ତି ଦୂତ ପୁରସ୍କାର

ମାଲକାନଗିରି,(ମନୋଜ କୁମାର ସାହା): ଭୁବନେଶ୍ୱର ସ୍ଥିତ ନ୍ୟୁ ମେରିଆନ ହୋଟେଲରେ ମାଘର ଫାଉଣ୍ଡେସନ ଓ ଏସ୍‌.ଏସ୍‌.ହେଚ୍‌. ମେଡିକାଲ ଗ୍ରୁପ ପକ୍ଷରୁ ବିଶ୍ୱ ମାତୃ ଦିବସ ପାଳନ ଅବସରରେ ଆୟୋଜିତ ଏକ ଉତ୍ସବରେ ମାଲକାନଗିରି ର ମହିଳା ସମ୍ବାଦିକା ଡି. ହେମଲତାଙ୍କୁ ଉମେନ୍ସ ପିକ୍ ମେକର ଆବାର୍ଡ (ମହିଳା ଶାନ୍ତିଦୂତ ପୁରସ୍କାର) ରେ ସମ୍ମାନୀତ କରା ଯାଇଛିା ଓଡିଶା ରାଜ୍ୟପାଳ ହରିବାବୁ କାମମପାଟି, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ କେବିନେଟ ମନ୍ତ୍ରୀ ଆଇନ ଓ ଅବକାରୀ ବିଭାଗ ପୃଥ୍ୱିରାଜ ହରିଚନ୍ଦନ, ଏଡଭୋକେଟ ଜେନେରାଲ ପିତାମ୍ବର ଆଚା ର୍ଯ୍ୟ ଯୋଗ ଦେଇଥିବା ବେଲେ ମା ଘର ଫାଉଣ୍ଡେସନର ଅଧ୍ୟ କ୍ଷା ଋତୁପୂର୍ଣା ମହାନ୍ତି ଓ ଏସ୍‌.ଏସ୍‌.ହେଚ୍ ମେଡିକାଲ ଅଧ୍ୟ କ୍ଷା ସୁସ୍ମିତା ସାହୁ ଯୋଗ ଦେଇଥିଲୋ ଆଦିବାସୀ ଅଧ୍ୟୁସିତ ମାଓ ଅଂଚଳରେ ଖବର ସଂଗ୍ରହ କରିବା ସହ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମାଲକାନଗିରିର ମହିଳା ସାମ୍ବାଦିକା ଡି ହେମଲତାଙ୍କୁ ସମ୍ମାନୀତ କରା ଯାଇ ମହିଳା ଶାନ୍ତିଦୂତ ପୁରସ୍କାରରେ ସମ୍ମାନୀତ କରା ଯାଇଥିଲ।। ମୁଖ୍ୟତଃ ଏହି ଅବସରରେ ରାଜ୍ୟ ପାଳ ଆଜି ବି ମହିଳା ମାନଙ୍କୁ ସଶସ୍ତ୍ରିକରଣର ଆବଶ୍ୟକତା ରହିଛିା ବର୍ତମାନ ଚାଲିଥିବା ଅପରେସନ ସିନ୍ଦୁରରେ ଦୁଇ ମହିଳାଙ୍କ ଭୁମିକାକୁ ପ୍ରଶଂସା କରିବା ସହ ମହିଳାମାନେ ସଚେତନ ହେଲେ ଦେଶ ସଚେତନ ହେବ ଏବଂ ଏକ ସୁନ୍ଦର ରାଷ୍ଟ୍ର ଗଠନରେ ମହିଳାମାନଙ୍କର ଅବର୍ଣନୀୟ ଭୂମିକା ସମ୍ପର୍କରେ କହିଥିଲୋ ଏହି ଅବସରରେ ରାଜ୍ୟରେ ୧୦ ଜଣ ମହିଳା ଯେଉଁମାନେ ସମାଜସେବା, ସ୍ୱାସ୍ଥ୍ୟ ସେବା ଓ ମହିଳା ସଚେତନତା, ଶିକ୍ଷା ଓ ସାମ୍ବାଦିକତା ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶାର ବିଭିନ୍ନ ବର୍ଗର ୧୦ଜଣ ମହିଳାଙ୍କୁ ପୁରସ୍କୃତ କରା ଯାଇ ସମ୍ମାନୀତ କରା ଯାଇଥିଲ।। ଏହି ଅବସରରେ ବହୁ ବୁଦ୍ଧିଜୀବି ଯୋଗ ଦେଇଥିଲୋ କା ର୍ଯ୍ୟକ୍ରମ ଆରମ୍ଭରେ ଓଡିଶୀ ନୃତ୍ୟ ସହ ବିଭିନ୍ନ ସାଂସ୍କୃତିକ କା ର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲ।। ଏଥିସହ ବିଭିନ୍ନ ମହିଳା ସଚେତନତା ସାଂସ୍କୃତିକ କା ର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲ।। ଏହା ସହ ଅମୃତ ବଚନ ପଠନ କରା ଯାଇଥିଲ।।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ