ଆମ ଓଡିଶା ପ୍ରତିଯୋଗୀତା ପାଇଁ ପ୍ରସ୍ତୁତି ବୈଠକ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆସନ୍ତା ୧୧ତରିଖ ଦିନ ସାରା ରାଜ୍ୟରେ ଆମ ଓଡିଶା ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ପ୍ରତିଯୋଗୀତା ଓ ଆଜାଦିକା ଅମୃତ ମହୋତ୍ସବ ପାଇଁ ଅନୁଷ୍ଠିତ ପ୍ରବନ୍ଧ ପ୍ରତିଯୋଗୀତା ପାଇଁ ଆଜି ଶାସଙ୍ଗ ହାଇସ୍କୁଲ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ହାଟଡିହି ବ୍ଲକର କିଶୋର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଶାସଙ୍ଗ ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରଧାନ ଶିକ୍ଷକ ନବ କିଶୋର ବିଶ୍ୱାଳ, ଶିକ୍ଷାବିତ ସୁରେନ୍ଦ୍ର କୁମାର ପାତ୍ର, ଶିକ୍ଷକ ଶିଶିର କୁମାର ବିଶ୍ୱାଳ, ରାଧାକୃଷ୍ଣ ପତି, ମାଧବାନନ୍ଦ ଜେନା, ଲକ୍ଷ୍ମୀକାନ୍ତ ମିଶ୍ର, ପଦ୍ମନାଭ ପଣ୍ଡା, ନବ କିଶୋର ନାୟକ, ପୁରୁଷୋତ୍ତମ ସାହୁ, ଶାନ୍ତନୁ କୁମାର ରାଉତ, ପ୍ରଦୀପ କୁମାର ସ୍ୱାଇଁ, କର୍ମଚାରୀ ରମେଶ ଚନ୍ଦ୍ର ନାୟକ, ସତ୍ୟବ୍ରତ ବିଶ୍ୱାଳ, ପର୍ଶୁରାମ ନାୟକ ପ୍ରମୁଖ ଯୋଗଦେଇତôଲେ । ଚଳିତବର୍ଷ ଏହି ସ୍କୁଲରେ ପ୍ରତିଯୋଗୀତା କେନ୍ଦ୍ର କରାଯାଇଥିବାରୁ ଓ ୫୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏଥିରେ ଭାଗ ନେଉଥିବାରୁ କିପରି ପ୍ରତିଯୋଗୀତାକୁ ଶାନ୍ତିପୁର୍ଣ୍ଣ ଭାବରେ କରାଯିବ ସେନେଇ ଆଲୋଚନା ହୋଇଥିଲା । ସକାଳ ୧୦ଟାରୁ ଏହି ପତି୍ରଯୋଗୀତା ହେବାକୁ ଥିବାରୁ ଛାତ୍ରଛାତ୍ରୀ ମାନେ କିପରି ଶୃଙ୍ଖଳିତ ଭାବେ ଧାଡିରେ ଆସି ନାମ ପଞ୍ଜିିକରଣ କରି ପ୍ରତିଯୋଗୀତାରେ ଭାଗନେବେ ସେ ନେଇ ଆଲୋଚନା କରାଯିବା ସହିତ ସମସ୍ତ ଚୁଡାନ୍ତ ପ୍ରସ୍ତୁତି କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ