ସମ୍ବାଦ ସାହିତ୍ୟ ଘର ତରଫରୁ ବିଷୁବ କବିତା ଆସର ଅନୁଷ୍ଠିତ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା) :-ସମ୍ବାଦ ସାହିତ୍ୟ ଘର ଭଞ୍ଜନଗର ତରଫରୁ ବିଷୁବ କବିତା ଆସର ସ୍ଥାନୀୟ ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସଭାପତି କୃତିବାସ ବିଶ୍ୱାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଉପସଭାପତି ନେତାଜୀ ବିଷୋୟୀ,ଉପଦେଷ୍ଟା ମନୁନନ୍ଦ ପତି, ଶୂଳପାଣୀ ଶତପଥୀ ,ଜଗବନ୍ଧୁ ଜେନା ପ୍ରମୁଖ ମଞ୍ଚାସୀନ ରହି ବକ୍ତବ୍ୟ ରଖିଥିଲେ I କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସଂପାଦକ ସନ୍ତୋଷ ଜେନା I ପରେ ଅନୁଷ୍ଠିତ କବିତା ଆସର କୁ ପରିଚାଳନା କରିଥିଲେ ପ୍ରଭାତି ମଞ୍ଜରୀ ବେହେରା I କବିତା ପାଠୋତ୍ସବରେ ଅଂଶଗ୍ରହଣ କରିଥିଲେ ସୁବାଷ ଚନ୍ଦ୍ର ତାରେଣୀ, ଶଙ୍କର୍ଶଣ ତ୍ରିପାଠୀ, ସିମାଞ୍ଚଳ ପତି, ସୁଜାତା ସିଂ, ଅନୁପମ ବାନାର୍ଜୀ, ସୁରେଶ ଚନ୍ଦ୍ର ସ୍ବାଇଁ, ଅଜିତ ଶତପଥୀ, ତ୍ରିନାଥ ବେହେରା, ଚିନ୍ମୟ କୁମାର ବେବର୍ତ୍ତା, ସମରେନ୍ଦ୍ର ବିଷୋୟୀ , ଅନୁପ ପ୍ରଧାନ, ସିମାଞ୍ଚଳ ପତି,ଗଙ୍ଗାଧର ଦାସ, କାର୍ତ୍ତିକେଶ୍ୱର ପ୍ରଧାନ ପ୍ରମୁଖ ସଦସ୍ୟ ସଦସ୍ୟା I ଶେଷରେ ସଂଗଠନ ସଂପାଦକ ବିଶ୍ୱମ୍ବର ଜେନା ଧନ୍ୟବାଦ ଅର୍ପଣ କରିଥିଲେ I ଏହି ଅବସରରେ ପାରମ୍ପରିକ ପଣା ବଣ୍ଟନ କରାଯାଇଥିଲା I


