ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବନମହୋତ୍ସବ ପାଳନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା) :-ଭଞ୍ଜନଗର ବ୍ଳକ ବାହାଡାପଦର ଉଚ୍ଚ ବିଦ୍ୟାଳୟ ପରିସରରେ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବନମହୋତ୍ସବ ପାଳନ ସହ ଚାରା ରୋପଣ କରାଯାଇଛି । ସଭାପତି କୃତ୍ତିବାସ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ସଦସ୍ୟା ଶୌଳବାଳା ବିଷୋୟୀ,ବ୍ଳକ୍ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପ୍ରଧାନ,ଶିକ୍ଷାବିତ୍ ଜଗବନ୍ଧୁ ଜେନା,ପ୍ରାକ୍ତନ ବନାଞ୍ଚଳ ଅଧିକାରୀ ଅନୁପମ,ସାନକୋଦଣ୍ଡା ସିଆରସିସି ସନ୍ତୋଷ କୁମାର ସାହୁ,ବନରକ୍ଷୀ ସୁଶାନ୍ତ କୁମାର ମିଶ୍ର,ସଙ୍ଗଠନ ସମ୍ପାଦକ ବିଶ୍ବମ୍ବର ଜେନା ପ୍ରମୁଖ ଅତିଥି ଯୋଗ ଦେଇ ଜଳବାୟୁ ପରିବର୍ତ୍ତନକୁ ରୋକିବାକୁ ହେଲେ ବ୍ୟାପକ ବୃକ୍ଷରୋପଣ କରି ତାହାର ଯତ୍ନ ନେବା ଆବଶ୍ୟକ ବୋଲି ମତ ଦେଇ ସଚେତନତ କରିଥିଲେ । ସମ୍ପାଦକ ତଥା ଜବାହାର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜ୍ୟୋତ୍ସା କୁମାରୀ ଦେବୀ ପ୍ରରମ୍ଭିକ ଗାନ କରିଥିଲେ । ବିଦ୍ୟାଳୟର ଶିକ୍ଷକ ହୃଶିକେଷ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଚ୍ଚିଦାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଅତିଥିଙ୍କ ଗହଣରେ ବହୁ ମୂଲ୍ୟବାନ ବୃକ୍ଷର ଚାରା ବିଦ୍ୟାଳୟ ପରିସରରେ ରୋପଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ