ସମ୍ବାଦ ସାହିତ୍ୟ ଘର ଭଞ୍ଜନଗର ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):କରୋନା ଲକଡାଉନରେ ଭଞ୍ଜନଗର ସହର ତଥା ଆଖ ପାଖ ଅଞ୍ଚଳରେ ଫସି ରହିଥିବା ବାହାର ରାଜ୍ୟର ଶ୍ରମିକ ଓ ଅସହାୟ ଲୋକଙ୍କୁ ସମ୍ବାଦ ସାହିତ୍ୟ ଘର ଭଞ୍ଜନଗର ତରଫରୁ ଦ୍ବିତୀୟ ପର୍ଯ୍ୟାୟରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି ସାହିତ୍ୟ ଘରର ସଭାପତି ତଥା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ କୃତିବାସ ବିଶ୍ବାଳ, ସଂପାଦକ ତଥା ଶିକ୍ଷକ ନେତା ସନ୍ତୋଷ ଜେନା, ଦୁଇ ଉପଦେଷ୍ଟା ସମାଜସେବୀ ଶୂଳପାଣୀ ଶତପଥୀ ଓ ପ୍ରାକ୍ତନ ପ୍ରଧାନ ଶିକ୍ଷକ ମନୁନନ୍ଦ ପତି , ଉପସଭାପତି ତଥା ପ୍ରଧାନଶିକ୍ଷକ ନେତାଜୀ ବିଷୋୟୀ,ସହ ସଂପାଦକ ଅଧ୍ୟାପକ ଗୁରୁମୁର୍ତ୍ତୀ ନାୟକ,କୋଷାଧ୍ୟକ୍ଷ ତଥା ସି.ଆର୍.ସି.ସି ତ୍ରିନାଥ ବେହେରା, ସଂଗଠନ ସଂପାଦକ ବିଶ୍ବମ୍ବର ଜେନା ,ବରିଷ୍ଠ ସଦସ୍ୟ ତଥା ଅଲ୍.ଓ.ଷ୍ଟା ରାଜ୍ୟ ସଭାପତି ଜଗବନ୍ଧୁ ଜେନା, ପ୍ରଧାନ ଶିକ୍ଷକ ରବି ନାରାୟଣମାହାନ୍ତି,ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ତ୍ରିପାଠୀ,ଅଧ୍ୟାପିକା ନଳିନୀ ଦେବୀ ଓ ଅଧ୍ୟାପିକା ସୁଜାତ ସିଂ,ଡା. ସୀମାଞ୍ଚଳ ପତି ପ୍ରମୁଖ ନିଧିଆ ପଲ୍ଲୀ ଓ ତୁଳସୀ ପଲ୍ଲୀ ନିକଟ କେଳାପତା ଠାରେ ଅଟକି ଥିବା ପ୍ରବାସୀ ଶ୍ରମିକ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଚାଉଳ, ଡାଲି, ବିସ୍କୁଟ, ପାଉଁରୁଟି ଆଦି ସହ ହାତ ଖର୍ଚ୍ଚ ନିମିତ୍ତ କିଛି ଟଙ୍କା ବଣ୍ଟନ କରିଥିଲେ ାଏହି ଶୁଖିଲା ଖାଦ୍ୟ ବଣ୍ଟନରେ ସ୍ଥାନୀୟ ହେଲପିଙ୍ଗ ହେଣ୍ଡର ସ୍ବେଚ୍ଛାସେବୀ ମାନେ ମଧ୍ୟ ସହଯୋଗ କରିଥିଲେ ଭ୍ରାମ୍ୟମାଣ ଗାଡି ଦ୍ବାରା ପ୍ରଥମେ ନିଧିଆପଲ୍ଲୀ ଠାରେ ଅଟକି ରହିଥିବା ନିରାଶ୍ରୟ ଲୋକଙ୍କୁ ନିଧିଆପଲ୍ଲୀ ବନ ସଂରକ୍ଷଣ ସମିତିର ସ୍ବେଚ୍ଛାସେବୀ ସୁବଳ କୁମାର ଦଳବେହେରା,ମୁଜାଗଡ଼ର ସ୍ବେଛାସେବୀ ପଦ୍ମନାଭ ପ୍ରଧାନ ଙ୍କ ସାହାଯ୍ୟ ରେ ଏହି ଶୁଖିଲା ଖାଦ୍ୟ,ବିସ୍କୁଟ ଆଦି ବଣ୍ଟନ କରାଯାଇଥିଲା ପରେ ସେହି ପ୍ରବାସୀ ଶ୍ରମିକମାନେ ସ୍ଥାନୀୟ ପ୍ରଶାସନ ଓ ସ୍ବେଚ୍ଛାସେବୀଙ୍କ ସହଯୋଗରେ ନିଜ ରାଜ୍ୟ ତେଲେଙ୍ଗାନା ଅଭିମୁଖେ ଏକ ସ୍ବତନ୍ତ୍ର ଗାଡିରେ ଯାତ୍ରା କରିଥିଲେ ପରେ ଡିହ ପଢାଳ ଓ ତୁଳସୀ ପଲ୍ଲୀ ଉପକଣ୍ଠରେ ଥିବା କେଳାପତା ନାମକ ସ୍ଥାନରେ ଅଟକି ଥିବା ଛତିଶଗଡ ର ଦଶଟି ଶ୍ରମିକ ପରିବାର କୁ ଚାଉଳ,ଡାଲି, ବିସ୍କୁଟ ,ପାଉଁରୁଟି ସହ ହାତ ଖର୍ଚ୍ଚ ନିମିତ୍ତ କିଛି ଟଙ୍କା ସଦସ୍ୟ ଓ କର୍ମକର୍ତ୍ତାଗଣ ବଣ୍ଟନ କରିଥଲେ ାଶେଷରେ ଭଞ୍ଜନଗର ଏନ୍.ଏ.ସି ରେ ସଂଯୋଜକ ଦିଲ୍ଲୀପ କୁମାର ସ୍ବାଇଁ ଙ୍କୁ କୋଡିଏ ପ୍ଯାକେଟ ଖାଦ୍ୟ ଅସହାୟ ଲୋକ ଙ୍କୁ ବଣ୍ଟନ କରିବା ସକାଶେ ପ୍ରଦାନ କରାଗଲା ବିଇଡି କଲେଜ ଅଧ୍ୟକ୍ଷା ସରୋଜିନୀ ବରାଇ, ପ୍ରଧାନଶିକ୍ଷକ ପ୍ରଦ୍ୟୁମ୍ନୁ କୁମାର ମଲ୍ଲିକ, ଅଧ୍ୟାପକ ଗଙ୍ଗାଧର ଦାଶ, ଯୁବ ଇଞ୍ଜିନିୟର ରାଲେସ ରଞ୍ଜନ ବିଶ୍ବାଳ ପ୍ରମୁଖ ଏଥିରେ ସହଯୋଗ କରିଥିଲେ ଏହା ପୂର୍ବରୁ ମଧ୍ୟ ସମ୍ବାଦ ସାହିତ୍ୟ ଘରର ଆନୁକୁଲ୍ୟରେ ରନ୍ଧାଖାଦ୍ୟ ବଣ୍ଟନ କରାଯିବା ସହ ମାହାମାରୀ କରୋନା ଦାଉରୁ ଲୋକଙ୍କ ସୁରକ୍ଷା ପାଇଁ ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିକୁ ଟ. ୧୦୦୦୦ (ଦଶ ହଜାର) ପ୍ରଦାନ କରାଯାଇଥିଲା ସମ୍ବାଦ ସାହିତ୍ୟ ଘର ଭଞ୍ଜନଗରର ଲେଖକ କବି, ସାହିତ୍ୟିକ ସଦସ୍ୟମାନେ କେବଳ କବିତା ଲେଖା ଓ ସାହତ୍ୟ ଚର୍ଚ୍ଚାରେ ରେ ନିଜକୁ ସିମୀତ ନ ରଖି ଏପରି ସମାଜସେବା ମୂଳକ କାର୍ଯ୍ୟ କରିବାପାଇଁ ବଦ୍ଧପରିକର ବୋଲି ସଭାପତି ଶ୍ରୀ ବିଶ୍ବାଳ ସୂଚନା ଦେବା ସହ ଏହି ମହାବିପତ୍ତି କବଳରୁ ଲୋକଙ୍କୁ ଉଦ୍ଧାର ପାଇଁ ଉପସ୍ଥିତ ସମସ୍ତ ବ୍ୟକ୍ତି ଭଗବାନଙ୍କ ନିକଟରେ ସମୂହ ପ୍ରାର୍ଥନା କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ