ସମ୍ବାଦ ସାହିତ୍ୟ ଘର ଭଞ୍ଜନଗର ତରଫରୁ ଶାସ୍ତ୍ରୀୟ ଓଡିଆ ଭାଷା ଦିବସ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା) :ସମ୍ବାଦ ସାହିତ୍ୟ ଘର ଭଞ୍ଜନଗର ତରଫରୁ ଶାସ୍ତ୍ରୀୟ ଓଡିଆ ଭାଷା ଦିବସ ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟ ଠାରେ ପାଳିତ ହୋଇଯାଇଛି I ଏଥିରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ କୃତିବାସ ବିଶ୍ବାଳ ସଭାପତିତ୍ବ କରିଥିବା ବେଳେ ମଞ୍ଚାସୀନ ରହି ବକ୍ତବ୍ୟ ରଖିଥିଲେ ଦୁଇ ଉପଦେଷ୍ଟା ଶୂଳପାଣି ଶତପଥୀ ଏବଂ ମନୁନନ୍ଦ ପତି ଙ୍କ ସମେତ କୋଷାଧ୍ୟକ୍ଷ ତ୍ରିନାଥ ବେହେରା,ସଂପାଦକ ତଥା ଜବାହାର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା I ବରିଷ୍ଠ ସଦସ୍ୟ ଗଙ୍ଗାଧର ଦାସ,ସୁବାଷ ଚନ୍ଦ୍ର ତାରେଣୀ, ରବି ନାରାୟଣ ମହାନ୍ତି, ଜୋତ୍ସା ଦେବୀ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ଓଡିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ I ବିଦ୍ୟାଳୟର ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିବା ବେଳେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଣ ଶିକ୍ଷାଦାନ କର୍ମଚାରୀ I କାର୍ଯ୍ୟକ୍ରମ ତରଫରୁ ରବି ନାରାୟଣ ମହାନ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ I