ସମ୍ବାଦ ସାହିତ୍ୟ ଘର ଭଞ୍ଜନଗର ତରଫରୁ ସପ୍ତ ଦିବସ ବ୍ୟାପୀ ଭଞ୍ଜ ଜୟନ୍ତୀ ପାଳନର ଶୁଭାରମ୍ଭ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ସମ୍ବାଦ ସାହିତ୍ୟ ଘର ଭଞ୍ଜନଗର ତରଫରୁ ସପ୍ତ ଦିବସ ବ୍ୟାପୀ ଭଞ୍ଜ ଜୟନ୍ତୀ ପାଳନ ର ଶୁଭାରମ୍ଭ ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ଏଥିରେ ସଭାପତିତ୍ବ କରିଥିଲେ ପ୍ରାକ୍ତନ କେ.ଏସ୍ ୟୁ.ବି. କଲେଜ ଅଧ୍ୟକ୍ଷ କୃତିବାସ ବିଶ୍ବାଳ ା ଜବାହାର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତଥା ସଂପାଦକ ସନ୍ତୋଷ ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଉପଦେଷ୍ଟା ଶୂଳପାଣି ଶତପଥୀ, ଜଗବନ୍ଧୁ ଜେନା, ମନୁନନ୍ଦ ପତି ସହ- ସଂପାଦକ ଡକ୍ଟର ଗୁରୁମୂର୍ତ୍ତୀ ନାୟକ, ସାଂସ୍କୃତିକ ସଂପାଦକ ଅଶୋକ କୁମାର ସ୍ବାଇଁ , ବରିଷ୍ଠ ସଦସ୍ୟ ସୁବାସ ଚନ୍ଦ୍ର ତାରିଣୀ ପ୍ରମୁଖ ମଞ୍ଚାସୀନ ରହି ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ସମ୍ବନ୍ଧରେ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ ସଦସ୍ୟା ସଙ୍ଗୀତା ପଣ୍ଡା ଓ ରଜନୀ ସେଠୀ ଭଞ୍ଜ ସଂଗୀତ ପରିବେଷଣ କରିଥିବା ବେଳେ କୋଷାଧ୍ୟକ୍ଷ ତ୍ରିନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ କାର୍ଯ୍ୟକ୍ରମରେ ଜବାହାର ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ପ୍ରକାଶ ଥାଉକି ପ୍ରତି ବର୍ଷ ସରସ୍ବତୀ ପୂଜା ପରେ ଭଞ୍ଜ ଜୟନ୍ତୀ ବ୍ଳକର ବିଭିନ୍ନ ସ୍କୁଲ କଲେଜରେ ସମ୍ବାଦ ସାହିତ୍ୟ ଘର ତରଫରୁ ଅନୁଷ୍ଠିତ ହୋଇଥାଏ ଚଳିତ ବର୍ଷ ଅନୁରୂପ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବାରୁ ଏହାର ଶୁଭାରମ୍ଭ ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟରୁ ହୋଇଛି ଏହି କାର୍ଯ୍ୟକ୍ରମ ସାତ ଦିନ ଧରି ଚାଲୁ ରହିବ ବୋଲି ସୂଚନା ମିଳିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ