ସମ୍ବିତ୍‌ଙ୍କ ସହ କାହିଁକି କାମ କରିବାକୁ ଚାହାନ୍ତିନି ଝିଲିକ୍ !

ଓଲିଉଡ୍ ଅଭିନେତା ସମ୍ବିତ୍ ଆଚାର୍ଯ୍ୟ ଓ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ଭଲ ବନ୍ଧୁ । କେବଳ ଫିଲ୍ମରେ ଅଭିନୟ କରୁଥିବା ସମୟରେ ନୁହେଁ, ଅନ୍ୟ ବେଳେ ବି ସେମାନେ ଏକାଠି ବୁଲାବୁଲି କରୁଥିବା ଦେଖାଯାଏ । “ଲଭ୍ ୟୁ ହମେସା’, “ବାଜିବ ଲା ସାହାନାଇ’ ଓ “ତୁମକୁ ଦେଖିଲା ପରେ’ ଆଦି ଫିଲ୍ମରେ ଦୁହେଁ ଏକାଠି କାମ କରିଛନ୍ତି । ଦୁହିଁଙ୍କ ଜବରଦସ୍ତ କେମେଷ୍ଟ୍ରି ପାଇଁ ଫିଲ୍ମ ଗୁଡ଼ିକ ହିଟ୍ ମଧ୍ୟ ହାଇଛି । ହେଲେ “ତୁମକୁ ଦେଖିଲା ପରେ’ ଫିଲ୍ମର ପ୍ରମୋସନ୍ କରିବାକୁ ଓଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ “ଗପସପ’କୁ ଆସିଥିବା ବେଳେ ସମ୍ବିତ୍‌ଙ୍କ ସହ ଆଉ କାମ କରିବେନି ବୋଲି କହିଥିଲେ ଝିଲିକ୍ ।
ତେବେ ଏତେ ଭଲ ସମ୍ପର୍କ ଥିବା ସତ୍ତେ୍ୱ କାହିଁକି ଝିଲିକ୍ ତାଙ୍କ ସହିତ କାମ କିରିବାକୁ ମନା କଲେ? ବେଶି ଦ୍ୱନ୍ଦ୍ୱରେ ରୁହନ୍ତୁ ନାହିଁ । ସତରେ ନୁହେଁ, ମଜାରେ ଝିଲିକ୍ ଏମିତି କହିଛନ୍ତି । କଥାଟା ହେଉଛି- ସମ୍ବିତ୍ ଶୁଟିଂ ସେଟରେ ଝିଲିକ୍‌ଙ୍କ ସହିତ ପ୍ରାଙ୍କ୍ କରନ୍ତି । ତାଙ୍କୁ ଓଡ଼ିଆ ଆସୁନି କହି ଚିଡ଼ାନ୍ତି । ଏପରିକି ପୂରା ଗ୍ରୁପକୁ ଧରି ସେ ଶୁଟିଂ ସେଟ୍‌ରେ ଝିଲିକ୍‌ଙ୍କୁ ନେଇ ମଜା କରନ୍ତି । ସମ୍ବିତ୍ ତାଙ୍କୁ ଏମିତି ହଇରାଣ କରୁଥବାରୁ ଝିଲିକ୍ ତାଙ୍କ ସହିତ ଆଉ କାମ କରିବେନି ବୋଲି କହିଥିଲେ । ସୂଚନାଯୋଗ୍ୟ, ଶେଷଥର ପାଇଁ ସେମାନଙ୍କୁ “ତୁମକୁ ଦେଖିଲା ପରେ’ ଫିଲ୍ମରେ ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ