ସମ୍ବିଧାନର ସୁରକ୍ଷା ଦାବିରେ ଭାରତୀୟ କ୍ଷେତ ମଜଦୁର ୟୁନିଅନର ୪ର୍ଥ ଜିଲ୍ଲା ସମ୍ମିଳନୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସାରା ବିଶ୍ୱର ମୁକ୍ତିଦାତା ଏକ ନୂତନ ସମାଜବାଦ ବ୍ୟବସ୍ଥାର ପ୍ରତିଷ୍ଠାତା, ମେହନତି ମଣିଷର ବନ୍ଧୁ, ରୁଷିଆର ପ୍ରାକ୍ତନ ରାଷ୍ଟ୍ରପତି କେ.ଭି. ଆଇ. ଲେନିନଙ୍କର ୧୫୩ ତମ ଜନ୍ମ ଦିବସରେ ଭାରତୀୟ କ୍ଷେତ ମଜଦୁରର ୟୁନିୟନ କେନ୍ଦ୍ରାପଡା ଜିଲ୍ଲାର୪ର୍ଥ ଜିଲ୍ଲା ସମ୍ମିଳନୀ କେନ୍ଦ୍ରାପଡାର କୁଶିଆପାଳ ସ୍ଥିତ ବାୟାବଶା ଠାରେ ସାଥି ବିକାଶ ଚନ୍ଦ୍ର ବେଉରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଙ୍ଗଠନର ଦେଶ ପାଇଁ ଜୀବନ ଦେଇଥିବା ସୈନିକ ଠାରୁ ଶ୍ରମିକ ପର୍ଯ୍ୟନ୍ତ ସମସ୍ତଙ୍କ ସ୍ମୃତି ଉଦ୍ଦେଶ୍ୟରେ ନୀରବ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହା ପରେ ସମ୍ପାଦକ ସାଥି ଅକ୍ଷୟ ମଳିକ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନା ପରେ ସମ୍ମିଳନୀକୁ ଉଦଘାଟନ କରିଥିଲେ ଜି. କେ. ଏମ.ୟୁ ର ରାଜ୍ୟ ସାଧାରଣ ସଂପାଦକ ସାଥି ସୁର ଜେନା । ତାଙ୍କ ବକ୍ତବ୍ୟରେ କେନ୍ଦ୍ର ସରକାର ବର୍ତ୍ତମାନ କ୍ଷେତ ମୁଲିଆଙ୍କ ପାଇଁ ତୁରନ୍ତ କେନ୍ଦ୍ରୀୟ ଆଇନ ପ୍ରଣୟନ କରିବା, ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବର୍ଷକୁ ୨ଶହ ଦିନର କାମ ପ୍ରଦାନ, ଦୈନିକ ମଜୁରୀ ବୃଦ୍ଧି କରିବା, ମାସିକ ଭତ୍ତା ୫ଶହରୁ ବୃଦ୍ଧି, କଂଟ୍ରୋଲ ଦୋକାନ ମାଧ୍ୟମରେ ନିତ୍ୟ ବ୍ୟବହାର୍ଯ୍ୟ ପ୍ରଦାର୍ଥ ଯୋଗାଇବା, ଆଦିବାସୀ, ହରିଜନ ଓ ଗରିବ ଲୋକଙ୍କୁ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ ପ୍ରଭୃତି ଉପରେ ଆଲୋଚନା କରିଥିଲେ । ଏହି ସମ୍ମିଳନୀରେ ଅନ୍ୟତମ ଅତିଥି ଭାବେ ରାଜ୍ୟ ଉପସଭାପତି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସମ୍ପାଦକ ସାଥି ରମଣୀ ରଞ୍ଜନ ରାଉତରାୟ, ସହ ସମ୍ପାଦକ ସାଥି ଆଦିକନ୍ଦ ରାଉଳ, ସାଥି ବାବାଜୀ ଧଳ, ଅଭ୍ୟର୍ଥନା କମିଟିର ସଭାପତି ସାଥି ଅଜୟ ଦାସ, ସମ୍ପାଦକ ସାଥି କୁବେର ସାହୁ, ଉପ ସଭାପତସାଥି ଦାମୋଦର ମଳିକ, ମହାକାଳପଡା ବ୍ଲକ ସମ୍ପାଦକ ସାଥି ସଞ୍ଜୟ ବସନ୍ତିଆ,ପଟ୍ଟାମୁଣ୍ଡାଇ ବ୍ଲକର ସାଥି ଭଜହରି ପ୍ରଧାନ, ମାର୍ଶାଘାଇ ବ୍ଳକର ସାଥି ସୀତାକାନ୍ତ ନାୟକ, କେନ୍ଦ୍ରାପଡା ବ୍ଲକର ସାଥି ପ୍ରଦୀପ ବେହେରା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ସରକାର ତୁରନ୍ତ ଦରଦାମ ହ୍ରାସ କରିବା ସହିତ ସମ୍ବିଧାନକୁ ରକ୍ଷା କରିବା ଏବଂ ସରକାରୀ ଉଦ୍ୟୋଗ ଗୁଡିକର ବିକ୍ରି ବନ୍ଦ କରିବା, ଯୁବକ/ ଯୁବତୀଙ୍କୁ ଖାଲି ପଡିଥିବା ସରକାରୀ ପଦରେ ନିଯୁକ୍ତି ପ୍ରଦାନ କରିବା ଆଦି ଉପରେ ଆଲୋଚନା କରିଥିଲେ । ଏହାପରେ ଏକ ୧୧ ଜଣିଆ ଜିଲ୍ଲା କମିଟି ଗଠନ ହୋଇଥିଲା । ସେହି କମିଟିର ସଭାପତି ଭାବେ ବିକାଶ ଚନ୍ଦ୍ର ବେଉରା, ଉପସଭାପତି ଦାମୋଦର ମଳିକ, ସମ୍ପାଦକ ସଞ୍ଜୟ ବସନ୍ତିଆ, କୋଷାଧ୍ୟକ୍ଷ ଭାବେ ପ୍ରଦୀପ ବେହେରାଙ୍କୁ ସମ୍ମିଳନୀ ନିର୍ବାଚିତ କରିଥିଲା । ଆସନ୍ତା ଅପ୍ରେଲ ୨୮ ଓ୨୯ ଦୁଇ ଦିନ ଧରି ରାଜ୍ୟ ସମ୍ମିଳନୀ ଗଜପତି ଜିଲ୍ଲାର ପାରାଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହେଉଥିବାରୁ ଏଠାରୁ ୫ ଜଣ ସାଥି ସେଥିରେ ଯୋଗଦାନ କରିବେ । ଆସନ୍ତା ଜୁନ ମାସରେ ଏକ ବିଶାଳ କ୍ଷେତ ମଜୁଦର ସମାବେଶ କରାଯିବାକୁ ନିଷ୍ପତ୍ତିି ନିଆଯାଇ ସମ୍ମିଳନୀ ଉଦଯାପିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ