ସମ୍ବିଧାନ ଓ ଆଇନ ଦିବସ ପାଳିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ଜେଏମଏଫସି ନ୍ୟାୟଳୟ ପରିସରରେ ତାଲୁକା ଆଇନ ସଚେତନତା କମିଟି ପକ୍ଷରୁ ମଙ୍ଗଳବାର ବିଚାରପତି ରାଜଶ୍ରୀ ପଟ୍ଟନାୟକଙ୍କ ତିତ୍ୱାବଧାନରେ ସମ୍ବିଧାନ ଓ ଆଇନ ଦିବସ ପାଳିତ ହୋଇଯାଇଛି । ଅତିଥି ଭାବେ ବରିଷ୍ଟ ଆଇନଜୀବି ନିର୍ମଳ ମିଶ୍ର, କମିଟି ସଭାପତି ଦ୍ୱିତୀକୃଷ୍ଣ ସାବତ, ଆଇନଜୀବି ସାନ୍ତୁନୁ ପୋଲାଇ ପ୍ରମୁଖ ମଂଚାସିନ ଥିଲେ । ସମ୍ବିଧାନ ପ୍ରଣୟନ ଠାରୁ ଏଯାବତ୍ ଆଇନଜୀବି ମାନଙ୍କ ସମ୍ବିଧାନ ପ୍ରତି କର୍ତବ୍ୟ ଏବଂ ଆଜିର ସମାଜରେ ଆଇନଜୀବି ମାନଙ୍କ ଭୂମିକା ସମ୍ପର୍କରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବି ନିରଂଜନ ସାହୁ, ରାମଚନ୍ଦ୍ର ମହାପାତ୍ର, ଜିତେନ କୁମାର ପ୍ରହରାଜ, ଯିଶୁରାମ ବେହେରା, ନୃସିଂହ ପଟ୍‌ଟନାୟକ, ମାନସ ରଂଜନ ପାଢି, ଉମେଶ ସାହୁଙ୍କ ସମେତ ନ୍ୟାୟଳୟର ସମସ୍ତ କର୍ମଚାରୀ ଓ ଓକିଲ ସଂଘର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ । ଅନୁରୂପ ଭାବେ ହିଂଜିଳିକାଟୁ ପୌରାଂଚଳ ଲକ୍ଷ୍ମୀ ନୃସିଂହ ପ୍ରାଥମିକ ବିଦ୍ୟାଳୟ, ସରକାରୀ ବୃନ୍ଦାବନ ବିଦ୍ୟାଳୟ, ଶାସନ ଆମ୍ବଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମେତ ସ୍ଥାନୀୟ ବ୍ଳକ ଓ ପୌରାଂଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସମ୍ବିଧାନ ଦିବସ ପାଳିତହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ