ସମ୍ବିଧାନ ଦିବସ ଓ ରବି ରାୟ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ସ୍ଥାନୀୟ ବଂଶଧାରା ପାଠାଗର ପରିସରରେ ସମ୍ବିଧାନ ଦିବସ ଓ ଲୋକସଭାର ପ୍ରଥମ ଓଡିଆ ବାଚସ୍ପତି ରବିରାୟଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପାଠାଗାରର ସଭାପତି ହୃଷୀକେଶ ଗୌଡ ଏହି ଉପଲକ୍ଷେ ଆୟୋଜିତ ସମାବେଶରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟବକ୍ତା ଭାବେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ସଭାପତି ପ୍ରଶାନ୍ତ ମିଶ୍ର ବକ୍ତବ୍ୟ ରଖିଥିବା ବେଳେ ସାମ୍ବାଦିକ ମନୋଜ ଚୌଧୁରୀ, ରାଜେଶ ପଟ୍ଟନାୟକ, ବିଜେଡି କାଶୀନଗର ଟାଉନ ସଭାପତି ରଘୁରାମ ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଦେଶରେ ସମ୍ବିଧାନ ବିରୋଧୀ କାର୍ଯ୍ୟକଳାପ ବଢିଥିବା ନେଇ ଉଦେବେଗ ପ୍ରକାଶ ପାଇଥିଲା । ସମ୍ବିଧାନରୁ ସମ୍ମାନ ଦେଇ ପ୍ରେତ୍ୟକ ନାଗରିକ ନିଜର ମୌଳିକ କର୍ତ୍ତବ୍ୟ, ବୈଜ୍ଞାନିକ ମନୋଭାବର ବିକାଶ ଘଟାଇବା ଉଚିତ ବୋଲି ବକ୍ତାମାନେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ