ସମ୍ଭାଗ ସ୍ତରୀୟ ବାର୍ଷିକ କ୍ରୀଡ଼ା ଉଦଯାପିତ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ କ୍ରୀଡାଙ୍ଗନରେ ଛତ୍ରପୁର ସଂକୁଳର ସଂକୁଳ ସଂଯୋଜକ ରବୀନ୍ଦ୍ର ନାଥ ଦାଶ, ସଂକୁଳ ପ୍ରମୁଖ ଡ. ଜେ କୁର୍ମା ରାଓଙ୍କ ତତ୍ୱାବଧାନରେ ଓ ସମ୍ଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଦକ୍ଷିଣ-ପୂର୍ବ ସମ୍ଭାଗ କ୍ରୀଡ଼ା ଉଦଯାପନ ହୋଇଯାଇଅଛି । ଏହାକୁ ମୁଖ୍ୟଅତିଥି ରୁପେ ଡେପୁଟି କଲେକ୍ଟର ସୁକାନ୍ତ ଚନ୍ଦ୍ର ମିଶ୍ର ଯୋଗ ଦେଇ ଦୀପ ପ୍ରଜଳନ କରିବା ସହ ସମସ୍ତ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ କ୍ରୀଡାରେ ସ୍ଥାନୀୟ ବିଦ୍ୟାଳୟ ପରିଚାଳନା ସମିତିର ଉପସଭାପତି ଶ୍ରୀମତୀ ଗୀତା ପାଢୀ ସଭାପତିତ୍ଵ କରିଥିବା ବେଳେ ସଦସ୍ୟ ରାମପ୍ରସାଦ ପଟ୍ଟନାୟକ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ବିଭାଗ ନିରୀକ୍ଷକ ସରୋଜ କୁମାର ପଟ୍ଟନାୟକ, ଗଞ୍ଜାମ ସହ ବିଭାଗ ନିରୀକ୍ଷକ ପଦ୍ମନାଭ ସାମଲ, ସମ୍ଭାଗ ଶିଶୁ ବାଟିକା ଶୈକ୍ଷିକ ସଂଯୋଜକ ଅରୁଣ କୁମାର ବାଗ, ଫୁଲବାଣୀ ବିଭାଗ ନିରୀକ୍ଷକ ରଂଜନ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ କ୍ରୀଡ଼ାରେ ଗଞ୍ଜାମ, ଗଜପତି ଓ ଫୁଲବାଣୀ ଜିଲ୍ଲାର ୯ଟି ସଂକୁଳର ୨୬୫ ଜଣ ଶିଶୁ ଭାଗ ନେଇଥିଲେ। ସମ୍ଭାଗ ଶାରିରୀକ ପ୍ରମୁଖ ଚତୁର୍ଭୁଜ ତ୍ରିପାଠୀ ସମ୍ଭାଗ କ୍ରୀଡାର ବୃତ୍ତ ପଠନ କରିଥିଲେ । କ୍ରୀଡାରେ ବିଭନ୍ନ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶିଶୁ ମାନେ ପାରାଦ୍ଵୀପ ଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରାଦେଶିକ କ୍ରୀଡାରେ ଅଂଶ ଗ୍ରହଣ କରିବେ ।


